ସୁଗୁଣ ଡଃ . ସ୍ୱର୍ଣ୍ଣଲତା ତ୍ରିପାଠୀ ମାର୍ଚ୍ଚ: ୨୦୨୫ Canonical: https://sishu.kabitawithoutborders.org/shishu/article_details-fb17c322cd.html ପୂରୁବ ଆକାଶେ ଉଦିତ ସୂରୁଜ ଅସ୍ତ ପଶ୍ଚିମ ଆକାଶେ, ଦିନ ପରେ ରାତି ରାତି ପରେ ଦିନ ଅହରହ ଗତିପଥେ । ଜଳିବା ଶକତି ଅଗ୍ନିର ଏ ନୀତି ନିମ୍ନଗାମୀ ଜଳ ନୀତି, ନୀତି ନିୟମରେ ବନ୍ଧା ଏ ଜୀବନ ବନ୍ଧନରେ କରେ ଗତି । ସୁଗୁଣ ମଣିଷ ଦୁର୍ଗୁଣ ମଣିଷ ଅଛନ୍ତି କେତେ ସଂସାରେ, ସୁଗୁଣ ନୀତିକୁ ଆପଣେଇ ନେଲେ ସୁନାର ସଂସାର ଚାଲେ । ସତ୍ୟ,ଦୟା,କ୍ଷମା, ପର ଉପକାର ତ୍ୟାଗ,ସେବା,ଧର୍ମ,ଭାବ, ଶାନ୍ତି, ପ୍ରେମ,ପ୍ରୀତି,ଶୃଙ୍ଖଳା,ମଇତ୍ରୀ "ସୁଗୁଣ"ରେ ବିକଶିବ । ଜୀବନେ ସୁଗୁଣ ଅଶେଷ କଲ୍ୟାଣ ହୁଏ ପ୍ରକୃତ ମାନବ, ସମାଜ ଗଠନେ ହେବ ସହାୟତା ସୁନ୍ଦର ହେବ ସମ୍ପର୍କ । ∎ (ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ) ଅବସର ପ୍ରାପ୍ତ ମଣ୍ଡଳ ସହ ଶିକ୍ଷାଧିକାରୀ,ପୁରୀ ସଦର ବ୍ଲକ୍,କୋଣାର୍କ,ପୁରୀ