ଶୀତକୁ କହିଲି ମୁହିଁ ସୁଶାନ୍ତ କୁମାର ସାମଲ ଜାନୁଆରୀ: 2026 Canonical: https://sishu.kabitawithoutborders.org/shishu/article_details-f8eff52561.html ଶୀତ ପାଶେ ଯାଇ କହିଲି ତାକୁ ମୁଁ ଭାରି ସ୍ଵାର୍ଥପର ତୁହି, କାର୍ତ୍ତିକ ଯାଇକି ମାର୍ଗଶୀର ହେଲା ଲୁଚିଥିଲୁ କହ କାହିଁ ? ପୁଷମାସ ଆଜି ହୋଇଲାଣି ଶେଷ ଆସିଲାଣି ମାଘମାସ, ଭୟଙ୍କର ଜାଡ଼ କେଉଁଆଡେଗଲା ହୋଇକି ଯାଇଛି ଶେଷ। ପଙ୍ଖାବିନା କେବେ ରହିହେଉନାହିଁ ଦେହୁ ବହିଯାଏ ଝାଳ, ପ୍ରକୃତି ରାଣୀର ଫୁଲେଇ ଝିଅ ତୁ କାହିଁକି ଖେଳୁଛୁ ଖେଳ। ଶୀତ କହେ ତୁମେ ଗଛଲତା କାଟି ଜଙ୍ଗଲ କରୁଛ ନଷ୍ଟ, ଅଙ୍ଗାରକାମଳ ବଢାଇ ଚାଲିଛ ସେ ପାଇଁ ପାଉଛ କଷ୍ଟ। ସୂରୁଯ ଦେବତା କ୍ରୋଧ କରିଲେଣି ସବୁତ ବଦଳି ଯିବ, ବେଳହୁଁ ସତର୍କ ନହୋଇବ ଯଦି ନେଡ଼ିଗୁଡ଼ ବୋହି ଯିବ। ମୋତେ ଯଦି ତୁମେ ଭଲ ପାଉଅଛ ଜଙ୍ଗଲ ହିଁ ସୃଷ୍ଟି କର, ଅଙ୍ଗାରକାମଳ ଶୋଷିନେବେ ବୃକ୍ଷ ଗ୍ରୀଷ୍ମ କଷ୍ଟ ହେବ ଦୂର। ଉତ୍ତର ଦିଗରୁ ପବନ ବହିବ ଆନନ୍ଦେ ଆସିବି ମୁହିଁ, ପ୍ରକୃତି ମାଆ ମୋ ନାଚିବ ଆନନ୍ଦେ ଫୁଲ ଫଳ ହୃଦେ ବହି। ଗ୍ରୀଷ୍ମ ବର୍ଷା ଶୀତ ଶରତ ହେମନ୍ତ ବସନ୍ତକୁ ସାଥେ ନେଇ, ଆ… ∎