ଗଛ ପରି ମୋତେ କର ଘନଶ୍ୟାମ ବୋଇତେଇ ଅକ୍ଟୋବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-f88b4b8168.html ପରାଣେ ଜଗାଅ ଗୋଟିଏ ବାସନା କରିବି ମଣିଷ ସେବା ଜୀବନେ ରଖ ମୋ ଗୋଟିଏ କାମନା ଅଳପେ ସନ୍ତୁଷ୍ଟ ହେବା ।। ଦୁଇ ହାତେ ଦିଅ ଶକତି ଠାକୁର ହସାଇବି ରଙ୍କି ଦୁଃଖୀ ଆଖି ଆଗେ ରଖ ଗୋଟିଏ ବାସନା ଭଲ କାମ ଯାଏ ଦେଖି।। ଅନ୍ୟାୟ ଅଶାନ୍ତି ଘୁଞ୍ଚାଇବା ପାଇଁ ଦୃଢ଼ ମନୋବଳ ଦିଅ ସତ୍ୟର ମଶାଲ ଜଳାଇ ଆଲୋକେ ଭୟକୁ କରେ ମୁଁ ଜୟ।। ନିଜ ପାଇଁ କିଛି ମାଗୁନି ଜଗାରେ ଗଛ ପରି ମୋତେ କର କଷଣ ସହିକି ଅପରେ ହସାଇ ହୁଅନ୍ତୁ ଏ ଭବୁ ପାର।। ∎ ଜନାର୍ଦ୍ଦନପୁରପାଟଣା ରାମଚନ୍ଦ୍ରପୁର ସାଇଁକୁଳ, କେନ୍ଦୁଝର-୪୩ ମୋ – ୯୯୩୭୫୨୩୩୭୪