ରଜ ମଉଜ ମନୋରମା ମିଶ୍ର ଜୁଲାଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-f794cab441.html ଦେଖରେ ଦେଖ ବରଷେ ପରେ ଆସିଛି ଏବେ ରଜ , ରହିବ ଜମା ତିନୋଟି ଦିନ ହୋଇବା ଚାଲ ସଜ । କଲେଣି ମାଆ କାକରା ମଣ୍ଡା ଆରିସା ,ଲଡୁ ,ମିଠା , ଆହୁରି ସିଏ କରିବେ ପୁଣି ସୁଆଦ ପୋଡପିଠା । ଆମ୍ବ,ପଣସ,ସପୁରୀ,ତାଳ କଦଳୀ,ନାରୀକେଳ, ତୋଳାଇ ବାପା ରଖି ଦେଲେଣି ପରେ ହେବନି ବେଳ । ତା`ସାଥେ ଆଣି ଥୋଇ ଅଛନ୍ତି ଜାତି ଜାତିକା କୋଳି , ବାରିପଟର ଆମ୍ବ ଗଛରେ ବାନ୍ଧିଦେଲେଣି ଦୋଳି । ଆସରେ ଆସ ଟିକିଲି ,ମୁନା ରାମୁଲୁ,କୁନି,ରାଜା , ରଜରେ ନୂଆ ପୋଷାକ ପିନ୍ଧି କରିବା ଆମେ ମଜା । ଖେଳିବା ଦୋଳି ଖାଇବା ପିଠା ଖାଇବା ରଜପାନ , ଆମ ଓଡିଆ ପରବ `ରଜ` ପାଳିବା ତିନି ଦିନ । ∎ ନୀଳାଦ୍ରି ବିହାର ଭୁବନେଶ୍ୱର - ୨୧ ।