କାମରେ ଏବେଠୁ ଲାଗ ପ୍ରକାଶ ଚନ୍ଦ୍ର ଦାଶ ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-f77b63536e.html ବାଇନ, କାମ କରିବାକୁ ଯାଇନ? ତୁମରି ସାହିର ଦାମ ହରିଆ,ନରିଆ,ଶାମ। ବଡ଼ି ସକାଳରୁ ଉଠି, ବିଲକୁ ଗଲେଣି ଛୁଟି। ରକତକୁ ପାଣି କରି, କାମ ତ ଦେଲେଣି ସାରି। ଏଠି ତମେ ପେଟେ ଖାଇ, ମନଫୁଲା ଗୀତ ଗାଇ ସାଙ୍ଗସାଥୀ ମେଳେ ବସି, ତାଆସ୍ ଖେଳୁଛ ହସି। ମନେ ମନେ ଖାଅ ଖଜା! କାଲି ବାହାରିବ ମଜା। ଆଗ କଥା ଭାବି ଜାଗ, କାମରେ ଏବେଠୁ ଲାଗ। ∎ ଫ୍ଲାଟ୍ ନମ୍ବର-ସି/୩୦୪ ଗୌରୀଶଙ୍କର ରେସିଡେନ୍ସି କେଶୁରା, ଭୁବନେଶ୍ୱର-୭୫୧୦୦୨ Mo-୯୯୩୮୯୬୩୦୯୪