ଥୁକୁଲ୍ ଥାକୁଲ୍ ଥା ନିରଞ୍ଜନ ସାହୁ ମଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-f713b37698.html ଥୁକୁଲ୍ ଥାକୁଲ୍ ଥା...... ଥାଥା ମାମା ଗୀତ ଗାଆ ଗାଁ ଦାଣ୍ଡେ ପାଣି ସୁଅ ଚାଲୁଅଛି ଭସାଇ ଦେଏ ତୋ ନାଆ । ଥୁକୁଲ୍........ ନାଆ ଭାସି ଭାସି ଯିବ କେତେ ସାଥୀ ଭେଟୁ ଥିବ ଭେଟ ରେ ଆନନ୍ଦ ଅଭେଟ ରେ ଦୁଃଖ ଦୁଃଖ ବେଳେ ସାଥୀ ସାହା । ଥୁକୁଲ୍....... ସାଥୀ ମେଳେ ପଢ଼ ପାଠ ଗୋପାଳ ଜଗିଛି ଗୋଠ ଗୋଠେ ତାରା ଥାଇ କିହେବ କହିଲ ନଥିବ ଯେବେ ଚନ୍ଦ୍ରମା । ଥୁକୁଲ୍..... ଚନ୍ଦ୍ରମା ପରି ହସିବା ହସି ଫୁଲ ଫୁଟାଇବା ଫୁଟିଲେ ସୁବାସ ମହକିବ ଦିନେ ହସି ହସା ଅ ଦୁନିଆଁ । ଥୁକୁଲ୍......... ଦୁନିଆଁ ରେ ବଞ୍ଚିଥିବ ପର ହିତ ସାଧୁଥିବ ସାଧନ ରେ ସୁଖ ଆଳସ୍ୟ ରେ ଦୁଃଖ ଆରଜିବୁ ଯେବେ ନାଆଁ । ଥୁକୁଲ୍..... ∎