ପଣତକାନି ଡକ୍ଟର ଅଶୋକ କୁମାର ସେଠୀ ଜୁଲାଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-f71021f813.html ପଣତକାନି ରେ ପଣତ କାନି ମୋ ମାର ପଣତ କାନି ॥ ଦୁଖ ବେଦନା ପାରେନି ଜାଣି ପାଖେ ପଶନ୍ତି ନି ଭୂତ ଡାହାଣି ॥ ଖରା ବରଷା ଶୀତ କାକର ଘୋଡ଼ାଇ ରଖେ ପଣତ ତାର ॥ ଜର ରୋଗ ପାରେନି ଜାଣି ଘୋଡେଇ ରଖେ ତା ପଣତ ଟାଣି ॥ ମୋ ମନ ଜାଣି କୁହେ କାହାଣି ଶୋଇ ଯାଏ ଗପ ଶୁଣି ଶୁଣି ॥ ଅଝଟିଆ ପଣ ଛାଡି ପାରେନି ମାଡ଼ ଖାଇ ଲୁଚେପଣତ ଟାଣି ॥ ଭୁଲି ପାରିବି ନାହିଁ ତା ଆଦର ହୁଏନି ସିଏ କେବେ ନିଷ୍ଣର ॥ ରଖୁ ଥାଏ ସ୍ଵେହ ଅପାର ପଣତ ତାର ମୋ ଚାଦର ॥ ପଣତ ତାର ମୋ ରାଜ ଉଆସ ଭୁଲାଏ ମୋ ର ଭୋକଶୋଷ ॥ ପାଉଥୁବି ସଦା ତା ପରଶ ରହିବି ସଦା ହୋଇ ହସ ହସ ॥ ∎ ବଲାଙ୍ଗୀର