ବିଲୁଆ ହେଉଛି ବାହା ଧନଞ୍ଜୟ ସ୍ଵାଇଁ ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-f5d8374ec2.html ଟପର ଟପର ବରଷା ଝଡ଼ି ବିଜୁଳି ମାରଇ ଘଡ଼ିକି ଘଡ଼ି ଆସିଲାଣି ମେଘ ରାଜା, ଦିଶୁନି କାହିଁ ଖରା ର ତେଜ ବଜାରେ ବାଇଦ ବଜା ।। ମୂଷା ଅଳସୁଆ ବିଲେଇ କାଣି ଚବର ଚବର ବିଲ ରେ ପାଣି ବିଲୁଆ ହେଉଛି ବାହା, ଭା ଲୁ ଆ ଦେଉଛି ପତର ଦନାରେ ବରଯାତ୍ରୀଙ୍କୁ ଚାହା ।। କଟରକେଏଁ କଟରକେଏଁ ବେଙ୍ଗ ଓ ବେଙ୍ଗୁଲୀ ନାଚିଲେ ଦୁହେଁ ବରଷାରେ ଭିଜି ଭିଜି, ଝଡ଼ିପୋକ ସବୁ ଖାଇଲେ ଅଧେ ଅଧେ ରଖିଲେ ଭାଜି ।। ପଚର ପଚର ପାଣି କାଦୁଅ ଦିଶୁନି ଜମାରୁ ମୁହଁକୁ ମୁହଁ ଭିଜିଲା ପିଠି ଓ ଦେହ, ଛତାକୁ ଦେଖି ପଖିଆ କୁହେ ତୁ `ଟା ମୋ ପରି ନୁହଁ । ଝିପିରି ଝିପିରି ଝରିଲା ମେଘ ଗରମ ମୂଢିକୁ ମରିଚ ରାଗ ନଇରେ ନୂଆ ପାଣି, ହିଡ ତଳେ ଚାଲେ ସାଧବବୋହୁଟି ମଥାରେ ଓଢ଼ଣା ଟାଣି ।। ଚିତିରି ମିତିରି ପରଜାପତି ଧରା ଦିଏ ନାହିଁ ଗଲେ ତା `କତି ପିଜୁଳି ଓ କର ମଙ୍ଗ।, ମନ ଭରି ପିଲେ ଖାଇଲେ ଭସେଇ ଖୁସିରେ କାଗଜ ଡଙ୍ଗା ।। ∎ ମୋ-9437000636