ନୂଆସାଲ ଦୀନବନ୍ଧୁ ପୋଇ ମାର୍ଚ : ୨୦୨୪ Canonical: https://sishu.kabitawithoutborders.org/shishu/article_details-f5c948a41b.html ତେଇଶି ଗଲା ଚବିଶ ହେଲା ହୋଇଲା ନୂଆ ସାଲ ଯାଇଛି ଯାହା ନ ଭାବି ତାହା ଆଗକୁ ବଢି ଚାଲ । ଋତୁ ସରିଲାଋତୁ ଆସିଲା ପ୍ରକୃତିର ଏ ଧାରା ହେଉ କାମନା ଓଡ଼ିଶା ସାରା ରଖିବା ଭାଇ ଚାରା । ନୂଆ ଯୋଜନା ଦେଖୁ ପଡିଶା ପ୍ରଗତି ଆମ ହେଉ ପାଠ ପଢିବା ଜ୍ଞାନ ଶିଖିବା ମୁରୁଖ ଦୋଷ ଯାଉ । ଓଡ଼ିଶା ମାଟି ଉଠିବ ଫୁଟି ଜ୍ଞାନର ଯେତେ ଫୁଲ ଜ୍ଞାନ ବିଜ୍ଞାନେ ଉତ୍କଳ ଜନେ ବିଛାଇ ଦେବା ଜାଲ । ଆକାଶେ ଉଡି ପାଣିରେ ବୁଡି ଜଗିବା ସୀମା ରେଖା ଡାକୋଟା ଭଳି ବାହାନ ଚଢି ଶତ୍ରୁକୁ ଦେବା ଶିକ୍ଷା । ହେଉ ଭାବନା ନୂଆ ସର୍ଜନା ପ୍ରଗତି ପାଇଁ ଦେଶ ରଖିବା ନାହିଁ ପଡ଼ିଆ ଭୂଇଁ କରିବା ସବୁ ଚାଷ । ବଡ ମଣିଷ ବଡ ସପନ ତାଙ୍କର ଯେତେ ଥିଲା ତାକୁ ପୂରଣ କରିବା ପାଇଁ ଶପଥ ନେବା ଭଲା । ଅତୀତ କଳା କାରିଗରକୁ ନେବା ଆଗେଇ ଆଉ ଭାସ୍କର୍ଯ୍ୟ କଳା ଓ ଟେରା କଟା ଦିଶିବ ଦାଉ ଦାଉ । ବାଳ ଶ୍ରମିକ ଦାରିଦ୍ର ହାର କରିବା ଦେଶୁ ଦୂର ଗାନ୍ଧୀଙ୍କ ସେହି ଅହିଂସା ନୀତି ସତ୍ୟ ପଥକୁ ଧର ।