ରଜ ପରବ ନୀଳମଣି ଚାନ୍ଦ ଜୁନ: ୨୦୨୫ Canonical: https://sishu.kabitawithoutborders.org/shishu/article_details-f503ece590.html ଆଗକୁ ଆସୁଛି ରଜ ପରବଟି ରହିଛନ୍ତି ସବୁ ଚାହିଁ ଅଳତା ମାଖିବେ ମିନୁ ଝୁନୁ,ରୁନୁ କରିବେନି ସିଏ ନାଇଁ । "ବନସ୍ତେ ଡାକିଲା ଗଜ" ଗୀତ ଗାଇ ଦୋଳିକୁ ଦେବେରେ ବାହି ସାଇ ବୁଲିବାକୁ ଯିଏ` ଯିବ ଆସ ରଜ ପାନ ଦେଉ ଖାଇ। ତୁମ ଘରେ ପିଠା ଆମ ଘରେ ପିଠା ହୋଇବରେ ପୋଡ଼ ପିଠା ଆଗ ସାରିଦେବା ମଣ୍ଡା, ଆରିସାକୁ ପଛରେ ଖାଇବା ମିଠା। ତିନିଦିନର ତ ପରଵଟି ରଜ କିଏ ନ ଜାଣିଛ କୁହ ସମସ୍ତେ ହସିବା ତା ମଜାଟି ନେବା ଆଖିରୁ ନ ଝରୁ ଲୁହ। ପ୍ରଥମ ଦିନକୁ ସମସ୍ତେ କହନ୍ତି ଇଏରେ `ପହିଲି ରଜ` ମଝି ଦିନଟି ତ `ରଜ ସଂକ୍ରାନ୍ତି`ରେ ହସି ହସି କହେ ଵ୍ରଜ। ଶେଷ ରଜଟି ତ `ଭୂ ଦହନ` ପରା ଶୁଣି ଦିଅ ଟିକେ ହସି ତାସ୍,ଲୁଡୁ,ପଶା କେତେ ଖେଳ ହେବ ଦେଖିବା ପାଖରେ ବସି। ମାଟିର ପରଵ,ଗଣ ପରବ ଏ କହନ୍ତି ବୁଝେଇ` ଆଈ ଜାକଜମକରେ ରଜ ମନେଇବେ ସହରରେ ପିଲେ ଥାଇ। ∎ ୨୭,ମନ୍ତ୍ର ମାନୋର,ଗୋଠପାଟଣା ଭୁବନେଶ୍ୱର-୨୯,ମୋ:୯୫୮୩୨୦୨୩୫୭`