ମୋ ଜେଜିମା ଶ୍ରୀ କୁଞ୍ଜ ବିହାରୀ ସାହୁ ଜୁଲାଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-f4aad928ce.html ମୋ ଜେଜିମା ପୁରୁଣାକାଳିଆ କାନରେ ନାଇଛି ନୋଳି, ଥିରି ପାଦେ ସିଏ ଅଗଣାକୁ ଯାଇ ବାନ୍ଧିଦେଲା ପଟା ଦୋଳି । କହିଲା -ନାତୁଣୀ ଆ, ଚନ୍ଦନ, କୁଙ୍କୁମ, ଅଳତା ଲଗେଇ ଦୋଳିରେ ଝୁଲି ତୁ ଯା । ଜେଜିମା କଥାରେ ହୁଁ ମାରିଦେଇ ବସିଲି ଦୋଳିରେ ଥିରି, ଜେଜିମା ପଛରୁ ପହୁଞ୍ଚା କରିଲା ହସିଲି ମୁଁ କିରିକିରି । ଖାଇଲି ରଜର ପାନ, ଓଠଟି ଦିଶିଲା ନାଲିଆ ନାଲିଆ ଭାଙ୍ଗିଲା ମୋ ଅଭିମାନ । ଜେଜିମା କହିଲା ରଜ ତିନିଦିନ ପୁଅଝିଅଙ୍କର ମେଳି, ପୁଅ ଖେଳୁଥାନ୍ତି ଡୁ..ଡୁ.. ଖୋ..ଖୋ ଝିଅମାନେ ପୁଚି, ଦୋଳି । ପିଠା, ମିଠା ପାନ ଖିଆ, ହସଖୁସୀ ଚାଲେ ମଜାମଉଜରେ ଚାଲେ ପୁଣି ଦିଆନିଆ । ପାକୋଇ ଜେଜିମା ମୁଣ୍ଡକୁ ଆଉଁଷି କହିଲା ସୁନ୍ଦର କଥା, ଜେଜେ ପୋତିଥିଲେ ଚାରାଟିଏ ଦିନେ ଆଜି ଟେକିଅଛି ମଥା । ଦୋଳି ତୁ ଖେଳିଲୁ ଡାଳେ, ସେଇଥିପାଇଁକି ପାେତିଦେ ଚାରାଟେ ବସୁମତୀ ସ୍ନାନ କାଳେ । ∎ ଭୁବନେଶ୍ବର ୭୦୦୮୧ ୪୨୦୪୦