ସୁବିଚାର ଦୀନବନ୍ଧୁ ପୋଇ ନଭେମ୍ବର : ୨୦୨୪ Canonical: https://sishu.kabitawithoutborders.org/shishu/article_details-f3f024cbfd.html ଶ୍ରେଷ୍ଠ ଅଟେ ନର ଜୀବ ଜଗତର ବିଚାରଶୀଳ ସେ ଅଟଇ କରିବା ଆଗରୁ ବିଚାର କରଇ ବିବେକ ତାହାର ଖଟାଇ । କଲେ ସୁବିଚାର ସୁନ୍ଦର ସଫଳତା ମିଳେ ଆଗକୁ ସେ ବଢେ ସମାଜରୁ ପାଏ ଆଦର । ଯେଉଁ ବିଚାରରେ ସବୁରି ମୁହଁରେ ହସ ସଦା ଫୁଟି ଉଠଇ ସୁବିଚାର ବୋଲି ମାନ୍ୟତା ମିଳଇ ଦୁଃଖ ଥିଲେ ଯାଏ ମିଳେଇ । କଲେ ଉପକାର ଅନ୍ୟର ବଳ ବୀର୍ଯ୍ୟ ସବୁ ଅସୀମ ପାଇବ ପାଖେ ସଦା ଥିବେ ଈଶ୍ବର | କୁହ ମିଷ୍ଟ ଭାଷ ନକର ଅନିଷ୍ଟ ତ୍ୟାଗକର ଲୋଭ ଅଇରି ଜୀବପ୍ରତି ଦୟା କର ଏହି କ୍ରିୟା ସ୍ନେହ ପ୍ରେମ ଦିଅ ବିତରି ଦିଅନି କାମନେ ଆଘାତ ସବୁରି ଘଟରେ ଆତଯାତ ପ୍ରଭୁ ଏ ବିଚାର ରଖ ନିଶ୍ଚିତ । ଗୀତା ଭାଗବତ ଯେତେ ଶାସ୍ତ୍ର ମତ ସୁବିଚାର ଅଛି ଲିଖିତ ଅନ୍ୟଥା ଯେ କରେ ଅବେଳରେ ମରେ ନୁହଁଇ ଏକଥା ଅସତ୍ୟ ସୁବିଚାର ନେଲେ ଆଦରି ଯଶ କୀର୍ତ୍ତି ସବୁ ହେବ ଇତିହାସ ଜନତା ହେଉଥିବ ଝୁରି । ∎ ଚ଼ରଣରେଣୁ ନିବାସ ଗୋରଡ଼ାପାଳ, କରମୂଳ ଢେଙ୍କାନାଳ, ଦୂରଭାଷ - ୯୯୩୮୮୦୨୪୧୨