ପୋଢ଼ୁଆଁ ଅଷ୍ଟମୀ ମୋର ଜୟକୃଷ୍ଣ ସାହୁ ନଭେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-f315ca2f3c.html ବୋଉ କହୁଥିଲା ପୋଢ଼ୁଆଁ ଅଷ୍ଟମୀ ହେବ ଵୁଧବାର ଦିନ ମୋ ମାମୁ ଆସିବେ ନୂଆ ଜାମା ଧରି ଶୁଣି ମୋର ଖୁସି ମନ ଆଣିଥିବେ କେତେ ମିଠା, ବୋଉ କରିଥିବ ଇଡ଼ିଲି ଏଣ୍ଡୁରି ଭଳି ଭଳି କେତେ ପିଠା। ବାପା ଆଣିଥିବେ କ୍ରିମ୍, ପାଉଡ଼ର ଅଳତା ବଜାରୁ କିଣି ସହଳ ସଜାଇ ବେଶ କରିଦେବେ ଖୁଡ଼ୀ ମୋର ମନ ଜାଣି ଖୁଆଇବେ ଖିରି ପୁରି, ଦାଦା ମୋର ଆସି କରିଦେବେ ଗେଲ କହି ମୋତେ ସୁନାପରୀ। ବଡମାମୁଙ୍କର ମୁଁ ସୁନା ଭାଣଜି କଥା ଦେଇଛନ୍ତି ମୋତେ ବୁଧବାର ଦିନ ନିଶ୍ଚୟ ଆସିବି ଥାଉ ମୋର କାମ ଯେତେ ତୋ ପାଇଁ ଆଣିବି କିଣି, ଶୀତଦିନ ପାଇଁ ଉଲେନସ୍ବେଟର ତୋର ମନକଥା ଜାଣି। ପୋଢ଼ୁଆଁ ଅଷ୍ଟମୀ ମୋର, ବିନତି କରୁଛି ଜୀବନରେ ତୁମେ ଆସୁଥାଅ ବାର ବାର। ∎ କପିଳପ୍ରସାଦ, ଭୁବନେଶ୍ବର-୨ ମୋ-୯୯୩୭୦୯୨୩୯୭.