କୁନ୍ ମୁନ୍ ଚଢେଇ ଵୀରେନ୍ଦ୍ର ମହାନ୍ତି ଜାନୁୟାରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-f2abc3a750.html କୁନ୍ ମୁନ୍ ଚଢେଇ । ଟିକି ଡେଣା ବାଡେଇ ॥ ଖେଳୁଥାଏ ଗଛରେ । ଯାଏ ମାଆ ପଛରେ॥ ଟିକି ଟିକି ଥଣ୍ଟରେ । ରାବୁ ଥାଏ ଆଣ୍ଟରେ ॥ ମା ଆଡେ ଅନେଇ । କଥା କୁହେ ଖନେଇ ॥ ମାଆ ଦେଲେ ଖୁଆଇ । ଆଖି ବୁଜି ଶୁଅଇ ॥ ଟିକି ଡେଣା ବଢାଇ । ପଡି ଉଠି ଉଡଇ॥ ନିତି ନିତି ଅଭ୍ୟାସେ । ଟିକି ଚଢେଇଟି ଦିନେ ଉଡେ ନୀଳ ଆକାଶେ । ନୀଳଚକ୍ର ନଗର ,ପୁରୀ