ସମୁଦ୍ରକୂଳ କିଏ ସେ ଯିବ ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ମାର୍ଚ : ୨୦୨୪ Canonical: https://sishu.kabitawithoutborders.org/shishu/article_details-f26ac28596.html ସମୁଦ୍ରକୂଳ କିଏ ସେ ଯିବ ଆସରେ ଭାଇ ଆସ । ଓଟ ବୁଲୁଛି ମାଲିକ ସାଥେ ତା `ଉପରେ ବସ ॥ ଓଟ ପିଠିରେ ବସିଲେ ଥରେ କେମିତି ହେବ ମଜା । ଝୁଲିଝୁଲିକା ଚାଲିବ ସିଏ ଆମେ ସତେ କି ରଜା ! ॥ ବାଲିକଙ୍କଡ଼ା ଭାରି ତରକା ଦେଖିଲେ ଲୁଚି ଯିବ । ଧରିବା ପାଇଁ ପାଣି ପାଖରେ ବେଳ ତ ବୁଡ଼ିଯିବ ॥ ନାଇଁରେ ବାବା ନାଇଁ, ଦେଖୁନ କେଡ଼େ ଲହରୀ ଆସେ ମୋତେ ଟାଣିବା ପାଇଁ ! ॥ ∎ ଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ ଶହୀଦନଗର, ଭୁବନେଶ୍ୱର --7 ଭ୍ରାମ୍ୟ ଭାଷ :6372915418