କେମିତି ରଚିଛ ହଂସନାଥ ମୁଦୁଲି ଜାନୁୟାରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-f257786dc7.html କେମିତି ରଚିଛ ସୁନ୍ଦର୍ ସୁନ୍ଦର ଦୁନିଆ ପଡେ ନାହିଁ କିଛି ଜଣା ସର୍ଜନାର କଥା ଭାବି ବସିଲେ ଯେ ମନ ହୁଏ ବାଟ ବଣା। (୦) ତୁମରି ହାତର ପରଶ ଏମିତି ସବୁଠି ସୁନ୍ଦର ଧାରା ଯେଉଁଠାରେ ଆଖି ପଡ଼ିଯିବ ସେଠି ସରସତା ଖାଲି ଭରା ଧରାରୁ ଆକାଶ ଯାହା ବି ପ୍ରକାଶ ସବୁ ଲାଗେ ମନ ଜିଣା ପଡେ ନାହିଁ କିଛି ଜଣା। (୧) ନିର୍ଜୀବୁ ସଜୀବ ପ୍ରଣୀରୁ ଉଦ୍ଭିଦ ସବୁ ସୁରେ ତୁମ ନାମ ପଦେ ସେଇ ନାମ ଗାଇଦେଲେ ମନ ହୋଇଉଠେ ଅନୁପମ ରଙ୍ଗର ଢ଼ଙ୍ଗରେ ତୁମ କୀର୍ତ୍ତି ଝରେ ବାଜି ଉଠେ ମନ ବୀଣା ପଡ଼େ ନାହିଁ କିଛି ଜଣା। (୨)  ଖଣ୍ଡଗିରି,ଭୁବନେଶ୍ୱର – ୭୫୧୦୩୦