ବୃକ୍ଷ ବନ୍ଧୁ ସ୍ୱର୍ଣ୍ଣଲତା ତ୍ରିପାଠୀ ଜାନୁୟାରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-f18f55b901.html ବନ୍ଧୁ ତ ବନ୍ଧୁ ଏମିତି ବନ୍ଧୁ ଜଗତେ କେହି ନାହିଁ, ତା ବିନା ଆମେ ବଞ୍ଚିବା ନାହିଁ ପାରିବ ନାମ କହି ? ଯୁଆଡ଼େ ଚାହଁ ସିଆଡେ ଦେଖ ତାର ସବୁଜ ରୂପ, ନାମଟି "ବୃକ୍ଷ" ସବୁରି ସାଙ୍ଗ ଦାନ ଦିଏ ଅମାପ । ଫୁଲ ଫଳରେ ଭରା ହୋଇଲେ ଜଗତ ଦିଶେ ଶୋଭା, ଶୀତଳ ଛାଇ ପାଏ ବାଟୋଇ ହୁଅଇ ମନ ଲୋଭା । ବାୟୁରୁ ଶୋଷି ଅଙ୍ଗାରକ।ମ୍ଳ ଛାଡେ ଅମଳଜ।ନ, ବଞ୍ଚିବା ଲାଗି ଜୀବଜଗତ ପବନ ବିଶୋଧନ । ତା ବିନା କେବେ ଧରଣୀ ଧାମେ ହେବନି ବର୍ଷା ଜମା, ନ କ।ଟ ନର ଆଦର କର ଦୋଷୀକୁ ଦିଅ କ୍ଷମା । ବୃକ୍ଷ ରୋପଣ ମହପୁନିଅଁ ବାଡି ବଗିଚା ଦେଖି, ଗୋଟିକି ଗୋଟି ଯତନ କଲେ ହେବ ଜୀବନ ସାଥୀ । ଅବସର ପ୍ରାପ୍ତ ମଣ୍ଡଳ ସହ - ଶିକ୍ଷାଧିକାରୀ ,ପୁରୀ ସଦର,ପୁରୀ ।