ଶିଶୁର ହସ ଶ୍ରୀମତୀ ଜିବେ ଶ୍ୱରୀ ପଟେଲ ଫେବୃଆରୀ : ୨୦୨୬ Canonical: https://sishu.kabitawithoutborders.org/shishu/article_details-f130cfcb1d.html ଫୁଲଠୁ କୋମଳ ସ୍ବର୍ଗ ଠୁ ସୁନ୍ଦର ଆ ହା ଶିଶୁ ମନ ପ୍ରାଣ ଟିକି ଓଠେ ତାର ଖିଲି ଖିଲି ହସ ମଧୁ ଝରା ମଧୁ ସମ l। 1 ।। ଟିକି ଟିକି ପା ଦେ ସୁବାଷ ତ ଛୁଟେ ସତେ ପାରିଜାତ ସମ ଦରୋଟି କଥାରେ ଅ ମୃତ ବରଷେ ଖେଲିଯାଏ ତନୁ ମନ ।। 2 ।। ଏ ଧାରା ଧାମରେ ଧରିନାନା ରଙ୍ଗେ ଶିଶୁ ଛୋଟ ଫୁଲ କଢ଼ି ସେକଢ଼ି ବିକଶେ ମହକ ସୁବାଷ ଚଉଦିଗେ ଯାଏ ଖେଳି ଏ ଦେଶର ଶିଶୁ କାଳୀ ନାଗରିକ ଦେବ ଦେଶର ଦୀପ ଜାଳି ।। 3 ।। ଆ ଗାମୀ ଦିନର ସବୁଜ ସପନ ରଖିବେ ଦେଶର ଟେ କ ଏ ଦେଶର ଶିଶୁ କା ଲି ନାଗରିକ ଭବିଷ୍ୟ ଦେଶ ରକ୍ଷକ ।। 4 ।। ଶିଶୁ ବିକଶିତ ହୋଇ ପ୍ରସ୍ଫୁଟିତ ଶିଶୁ ମୁଖେ ହସ ଥିଲେ ହସିବ ଜଗତ ହସିବ ଦୁନିଆଁ ସମୃଦ୍ଧ ଦେଶର ଭଲେ ।।5 ।। ଯେଭଳି ଗଢ଼ିବ ସେଭଳି ବଢିବ କୋମଳ ଏ ଶି ଶୁ ପ୍ରାଣ ଏ ହି କଢ଼ିଟି କୁ ପୟରେ ନ ଦଳି ଦିଅ ଉପଯୁକ୍ତ ଧ୍ୟା ନ।।6 ।। ଶିଶୁ ଟିଏ ବୋଲି ଭା ବନାହିଁ ତାକୁ ଶିଶୁ ନୁହେଁ କେବେ ନିଶ୍ୱ ଶିଶୁ ଭିତରେ ଲୁଚି ରହିଅଛି ଏକ ଏକ ମହା ବିଶ୍ଵ ।।7 ।।  ∎ ଅ ବସର ପ୍ରାପ୍ତ ଶିକ୍ଷୟତ୍ରୀ ରାଜ୍ୟ ପାଳ ପୁରସ୍କାର ପ୍ରାପ୍ତି ନି ସୁନ୍ଦରଗଡ଼ ଜିଲ୍ଲା