ହସି ଦିଅ ତମେ କୀର୍ତ୍ତନ ସାହୁ ଏପ୍ରିଲ: ୨୦୨୬ Canonical: https://sishu.kabitawithoutborders.org/shishu/article_details-f04762f14f.html ହସି ଦିଅ ତମେ ମନ ଖୋଲା ହସ ହୃଦୟେ ପୁଲକ ଆସୁ କହି ଦିଅ ଖୋଲି ମନ ଛୁଆଁ କଥା ମଧୁର ମଧୁର ବାସୁ । ହସି ଦିଅ ତମେ ରାଗ ରୁଷା ବେଳେ ମନଟି ହାଲୁକା ହେଉ ମନର ଅଶାନ୍ତି ଦୂର ହେଇ ଯାଇ ଶାନ୍ତିର ମହକ ଦେଉ। ହସି ଦିଅ ତମେ ବାପା ମାଆ ପାଖେ ଖୁସି ହେଉ ତାଙ୍କ ମନ ତମ ହସ ଦେଖି ସିଏ ବି ହସିବେ ହସ ହିଁ ଅସଲ ଧନ । ହସି ଦିଅ ତମେ ସାଙ୍ଗ ସାଥୀ ମେଳେ ସେମାନେ ବି ହସି ଦେବେ ମିଳିମିଶି ସବୁ ଖେଳିବା ପାଇଁକି ତମକୁ କୋଳେଇ ନେବେ । ହସ ହସ ମୁହେଁ କାମ କରି ଯାଅ କାମ ଯେ ସହଜ ହେବ ଠିକ ସମୟରେ କାମଟି ସରିଲେ କେତେ ଯେ ଆନନ୍ଦ ଦେବ । ∎ ମିଶ୍ର କଲୋନୀ ଶାଳପଡ଼ା, କେନ୍ଦୁଝର ଦୂରଭାଷ – ୯୪୩୮୪୧୪୭୦୧