ଆମରି ଆଈ ଅନନ୍ତ କୁମାର ସେନାପତି ଡିସେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-f036bf3894.html ନାତି ନାତୁଣୀଏ ଆସିବେ ବୋଲି ସିନେହ ଦୁଆର ଦେଇଛି ଖୋଲି, ସକାଳୁ ପହରୁ ଲାଗୁନି ମନ ତା `ଖୁସିରେ ଥାଏ ଲକ୍ଷେ ରତନ । କ୍ଷୀରି, ପିଠା, ମିଠା ରଖିଛି କରି ଗପ ଶୁଣାଇବ ଆଦର ଭରି, କେତେ ଖୁସି ତା`ର ମାପି ହୁଏନି ଆମେ ନ ଖାଇଲେ କେବେ ଖାଏନି । ବେଳ ବୁଡିଗଲେ ଠାକୁର ଘରେ ଦୀପ, ଧୂପ ଜାଳି ମନାସି କରେ, ଅଜା ପାଇଁ ନିତି କରଇ ଯାହା ତା `ହାତ ତିଆରି କି ମଜା ଆହାଃ । ଆମ ଖୁସି ରେ ସେ ହୁଅଇ ଖୁସି ଯେତେ ଦୂରେ ଥିଲେ ଯାଉଛି ଦିଶି, ଅଝଟ ହୋଇଲେ କୋଳକୁ ନେଇ ବୁଝାଇ ଦିଅନ୍ତି କାହାଣୀ କହି । ଆଈର ଘରଟି ଭୁବନେଶ୍ୱର ଏଠାରୁ ଚାରିଶହ କିଲୋମିଟର, ଫୋନ ବାଜିଲା ଘନ କୁ ଘନ ପଚାରିଲେ ଆଈ ଗେଲ୍ହେଇ ଗେଲ୍ହେଇ କେତେ ଦୂର ହେଲ ରଙ୍କରତନ । କହିଲି ଆଈ, ଆମେ ବି ଭାବୁଛୁ ତୋହରି ପାଇଁ ପହଞ୍ଚିବୁ ଯାଇ ଚାରିଟା ବେଳେ ଯେତେ ଥକ୍କା ଆମ ମେଣ୍ଟିଯିବ ଆଜି ବସିଗଲେ ଥରେ ତୋହରି କୋଳେ । ହସିଲା ଆଈ ତା `ହସରେ ଥିଲା କୋଟିଏ ସରାଗ ଯାହା କେଉଁଠି ବି ମିଳଇ ନାହିଁ .। ∎ ବାଣ୍ଠୁପଡା, ରେଲୱେ ସାଇଡିଙ୍ଗ ଏରିଆ, ରାଜଗାଙ୍ଗପୁର ସୁନ୍ଦରଗଡ଼ । ଫୋନ 7008304225