ଜରି ଗୋଟାଳି ଝିଅ ଧନଞ୍ଜୟ ସ୍ବାଇଁ ଅକ୍ଟୋବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-effb8b4d75.html ଦିନେ ବସିଥିଲା ଝୂମୁରୀ ପଢ଼ା ବହି ତାର ଆବୋରି ଦେଖିଲା ଝିଅଟେ ଜରି ଗୋଟାଉଛି ମୁହଁ ତା ଯାଇଛି ଝାଉଁଳି। ମୁଣ୍ଡ ବାଳ ତାର ଝାମ୍ପୂରା ତେଲ ବିନା ଦିଶେ ନୁଖୁରା କେତେ ହୁଏ ଧନ୍ଦି ବୁଲି ଗଳି କନ୍ଦି ପେଟର ଭୋକକୁ ସେ ଭୁଲି। ପ୍ଲାଷ୍ଟିକ ବୋତଲ ସାଉଁଟି ବସ୍ତାରେ ରଖୁଛି ସାଇତି ସାଙ୍ଗ ସାଥି ମେଳ ଗାଁ ଇସ୍କୁଲ ଯାଇଛି କେବେଠୁଁ ପାଶୋରି। ଝୁମୁରି ଡାକିଲା ପାଖକୁ ଜରି ଗୋଟାଳି ସେ ଝିଅକୁ ରହୁ ତୁ କେଉଁଠି କିଏ ଅଛି ସେଠି କହ ମୋ ଆଗରେ ନ ଡ଼ରି l ଦେଖି ତା କାନ୍ଦୁରା ମୁହଁକୁ ଝୁମୁରୀ ଡ଼ାକି ତା ବୋଉକୁ କହିଲା ମୋ ପାଖେ ଏତେ ଖାତାବହି ସେ କିଆଁ ବୁଲୁଛି ନ ପଢି?l ବାପା ହାତ ଧରି ଝୁମୁରି ପଛେ ଝିଅ ଜରି ଗୋଟାଳି ଘରେ ପହଞ୍ଚି ତା ବାପାଙ୍କୁ କହିଲା ନାମ ଲେଖା ହେବ ତାଆରି। ଗୋଟାଇବ କିଆଁ ଜରି ସେ? ପାଠ ପଢି ହେବ ପରୀ ସେ ମୂଲ କୁ ନୁହେଁ ସେ ସ୍କୁଲ୍ କୁ ଗଲେ ଦୁଃଖ ରହିବନି ତୁମରି।। ∎ ମୋ -9437000636