ନୂଆଁ ପୁରୁଷୋତ୍ତମ ସିଂହ ସାମନ୍ତ ମଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-ef6e4c5d79.html ନୂଆଁ ଲାଗୁଥାଏ ଆକାଶ ରାଇଜେ ସୂରୁଜ ଆସିଲେ ଉଇଁ ନୂଆଁ ଲାଗୁଥାଇ କୁନି ବାଛୁରୀଟି ଆସୁଥିଲେ ଧାଇଁ ଧାଇଁ। ନୂଆଁ ଲାଗୁଥାଏ ଗଛ ଲତାମାନେ ସବୁଜ ପତର ଧରି ନୂଆଁ ଲାଗୁଥିଏ ସାଧବ ବୋହୁଟି ଚାଲୁଥିଲେ ଥିରିଥିରି। ନୂଆଁ ଲାଗୁଥାଏ ପହଲି ଆଷାଢେ ଭିଜାଭିଜା ମାଟି ବାସ ନୂଆଁ ଲାଗୁଥାଏ କୁନି ପିଲା ଓଠେ ମିଠା ମିଠା ନାଲି ହସ। ନୂଆଁ ଲାଗୁଥାଏ ପାହାଡ ଛାତିରୁ ଖସି ଇସୁଥିଲେ ଝର ନୂଆଁ ଲାଗୁଥାଇ ରଥର ଉପରେ ବସିଲେ ତିନି ଠାକୁର। ନୂଆଁ ନୂଆଁ ଲାଗେ ଗୁରୁ ଉପଦେଶ ସଦାଚାରୀ ଛାତ୍ର ପାଇଁ ନବୀନ ଚିନ୍ତନ ନବୀନ ଉତ୍ସାହେ ଆଗକୁ ସେ ବଢୁଥାଇ। ନୂଆଁ ଉଦ୍ଭାବନା ମନରେ ଆସଇ ଅଭାବ ଯେବେ ପଡଇ ନବ ନବ ଚିନ୍ତା ଏକତ୍ର କରିଣ ସମାଧାନ କରୁଥାଇ। ନବୀନ ଯୁଗର ଶିଷୁ ଆମେରେ ହାରିବୁନି କେଉଁ କର୍ମେ ନବ ପ୍ରତିଭା ଓ ନବ ଉନ୍ମାଦନା ସଧୁଥିବୁ ସଦା ଧର୍ମେ। ∎ ଶିକ୍ଷକ,ଶ୍ରୀବିହାର,ଅନୁଗୋଳ।୮୮୯୫୯୧୨୪୨୧