ମାଆ ପରି ମାଉସୀ କବିଜ୍ୟୋତି ନିରଞ୍ଜନ ପତି ଡିସେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-ef641ff243.html କାରି ମା` ମାଉସୀ ବୁଢୀ ହେଲା ଆସି ନଇଁ ପଡ଼ିଲାଣି ଅଣ୍ଟା ତାହାର, ଏଇ ବୟସରେ ସବୁ କାମ କରେ ସହି ପାରେ ନାହିଁ ଦୁଃଖ କାହାର । ପ୍ରତିଟି ରାତିରେ ମଉସା ପାଦରେ ରାଶିତେଲ ଘଷି ଦିଏ ଆଦରେ, ସବା ପଛେ ଖାଏ ପଛରେ ସେ ଶୁଏ ସବୁ ଶୋଇଗଲା ପରେ ନିଦରେ । ନାତି, ନାତୁଣୀ ଙ୍କ ଶୁଣି ଆଈ ଡାକ ହୋଇଥାଏ କେତେ ଖୁସି ସତରେ, ବନ୍ଧୁ ଡାକିଥାଏ ରାନ୍ଧିକି ଖୁଆଏ ଖୁସି ହୋଇ ଗାଆଁ ମେଳା ଯାତରେ । ନମ କଲେ କିଏ ଚୁମା ଟିଏ ଦିଏ ହସିଥାଏ ଲୋଚା ଚମ ମୁହଁ ରେ, ପିଲାଙ୍କର ଅଳି ଯାଏ ସେ ସମ୍ଭାଳି ମାଉସୀଙ୍କ ପରି କେହି ନୁହଁରେ । ଶାଗ ମୁଗ ଯେତେ ଯୋଗାଡେ ସେ କେତେ ଯାହାକରେ ସବୁ ନଇଁ ନଇଁକା, ତା` ବୟସ ବେଳେ କାମ କରେ ହେଳେ ପାଇଟି କରଇ ଧାଇଁ ଧାଇଁକା । ତା` ସେନେହ ପାଇ ଖୁସି ହୁଏ ମୁହିଁ ଦୀର୍ଘାୟୁ ହେଉ ସେ ଆମ ମାଉସୀ, ମାଆ ପରି ସିଏ ଭୁଲିବ ବା କିଏ ଦୁଃଖ ବେଳେ ମୁଣ୍ଡ ଦିଏ ଆଉଁସି । ∎ ସମ୍ପାଦକ, ମଧୁମାଳତୀ ଗାନ୍ଧୀ ମାର୍ଗ, ଅନୁଗୋଳ ମୋ-୯୯୩୮୧୩୩୫୫୯