ଚମ ଧୁଡୁଧୁଡୁ ଧାକୁଡି ଧୀରେନ ମିଶ୍ର ଅଗଷ୍ଟ: ୨୦୨୬ Canonical: https://sishu.kabitawithoutborders.org/shishu/article_details-edf4d84d52.html ଚମ ଧୁଡୁଧୁଡୁ ଧାକୁଡି ବାରିରେ ରୋଇଲା କାକୁଡି ଭାଡିରେ ଫଳିଲା ଲାଉ, ଲାଉ ନେଇଗଲା ହନୁମାଙ୍କଡ ଲୋ ଧାକୁଡି ଦେଖାଏ ତାଉ ।୧। ଚମ ଧୁଡୁଧୁଡୁ ଧାକୁଡି ଖେଳିବାକୁ ଡାଳ-ମାଙ୍କୁଡି ଗଛରେ ବସିଲା ଯାଇ, ଧାକୁଡି ବୁଢୀର ଗଛଚଢା ଦେଖି ହସୁଥିଲେ ସାଇ-ଭାଇ ।୨। ଚମ ଧୁଡୁଧୁଡୁ ଧାକୁଡି ସଞ୍ଜକୁ ଛାଣିଲା ପକୁଡି ବାସିଗଲା ଗାଆଁସାରା, ଗରମ ପକୁଡି ଖାଇଦେଇ ପେଟେ ଉଡିଗଲେ ଯୋଡିପାରା ।୩। ଚମ ଧୁଡୁଧୁଡୁ ଧାକୁଡି ସଜେଇ ବାଉଁଶ ଆଙ୍କୁଡି ତୋଳିଲା ସଜନା ଛୁଇଁ, ବେସର ବାଟିଲା, ତରକାରୀ କଲା ଖାଇଦେଲେ ଟୁଆଁ-ଟୁଇଁ ।୪। ଚମ ଧୁଡୁଧୁଡୁ ଧାକୁଡି ଉଠେଇଲା ଘର ସଙ୍ଖୁଡି ପବନା ମାଇଲା ଝାଡୁ, ଧୂଳି `ଧାକୁଡି`ର ନାକରେ ବାଜିଲା ରାଗେ ହେଲା କାଡୁମାଡୁ ।୫। ∎ ଶୁଶୁଡା, ଅନୁଗୋଳ ମୋ - ୭୯୭୮୦୮୭୮୯୧