କରିଦିଅ ମୋତେ...... ଧ୍ରୁବ ଚରଣ ଘିବେଲା ଫେବୃଆରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-eda0e88fde.html କରିଦିଅ ମୋତେ ଫୁଲଟିଏ ପ୍ରଭୁ ଗଛେ ଫୁଟି ହସୁଥିବି ବାସରେ ବତୁରି ବାସନା ବିତରି ହସିହସି ରହିଥିବି I କରିଦିଅ ମୋତେ ଫୁଲଟିଏ ପ୍ରଭୁ ତୁମ ଚରଣ ଛୁଉଁଥିବି ଧନ୍ୟ ହେବ ମୋର ଫୁଲ ଜନମ କେତେ ପୁଣ୍ୟ ଅରଜିବି I କରିଦିଅ ମୋତେ ଦୀପଟିଏ ପ୍ରଭୁ ବିତରୁଥିବି ଆଲୋକ ଆଲୋକ ବିତରି ସଦା ଖୁସି ରହି ଧନ୍ୟ ମଣିବି ମୁଁ ନିତ୍ୟ I କରିଦିଅ ମୋତେ ଦୀପଟିଏ ପ୍ରଭୁ (ତୁମ)ପାଦତଳେ ରହିଥିବି ସୁନ୍ଦର ଆଲୋକେ ଝଟକିବ ନିତି ଖୁସି ତହିଁରେ ଲଭିବି I ବଉଦରାଜ , ଜି. ବୌଦ୍ଧ ମୋ.9437478466