ନଇଁଯାଏ ମୋର ମଥାଟି ହରିହର ଶୁକ୍ଳ ଫେବୃଆରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-ec89ebedf1.html ମାଆ କହିଥିଲେ ଯେତେ ଦୁଃଖ ଆସୁ ଆତୁର ହେବୁନି ଧନ ରେ, ଅଧରରେ ସଦା ହସ ଭରିଥିବୁ ସାହସ ଧରିବୁ ମନରେ। ବିପଦ ବେଳରେ କାତର ନ ହୋଇ ସହନ ଶକତି ରଖିବୁ, ସମୟ ସୁଅରେ ସକଳ ବିପତ୍ତି ଟଳିଯିବ ଦିନେ ଦେଖିବୁ। ଦୁଃଖ ପରେ ସୁଖ ବିଧାତା ଭିଆଣ ଏକ ପରେ ଆନ ଆସଇ, ପୂନେଇଁ ଆଲୁଅ ଧରାରୁ ଯେମିତି ଉଆଁସ କାଳିମା ନାଶଇ। କଷଣ ଅଟଇ କଷଟିପଥର ପରଖେ ମନର ଶକତି, ସବୁ କଷଣ ତୁ ପାରି ହୋଇଯିବୁ ମନେ ଥିଲେ ବିଭୁ ଭକତି। ଏବେ ବି ବିପଦେ ମନେ ପଡ଼ିଗଲେ ମାଆଙ୍କର ସେଇ କଥାଟି, ମନୋବଳ ବଢ଼େ ମାଆଙ୍କ ଚରଣେ ନଇଁଯାଏ ମୋର ମଥାଟି। `କଳ୍ପକୁଟୀର`, ରମ୍ଭିଳା, ଭଦ୍ରକ-୭୫୬୧୧୧ ଫୋ:୯୮୬୮୮୦୫୯୯୬