ଛାଇ ଡକ୍ଟର ସଚ୍ଚିଦାନନ୍ଦ କର ଏପ୍ରିଲ: ୨୦୨୫ Canonical: https://sishu.kabitawithoutborders.org/shishu/article_details-ebef279076.html ଛାଇ ଥାଏ ନାହଁ ସିନ୍ଦୁକ ଭିତରେ ନୁହେଁ ସିଏ ଟଙ୍କା ସୁନା ଯେତେ ଖୋଜିହେଲେ ତାହାକୁ ସେଠାରେ ପାଇବନି କୁନି କୁନା ।। ଘରଟି ତାହାର ନୁହେଁ ନଈପଠା ସେଇଠି ନ ଥାଏ ସିଏ ତାକୁ ଯାଇ ଯଦି ଖୋଜିବ ସେଇଠି ପାଇବନି ତୁମେ କିଏ ।। ନୁହେଁ ତା`ର ମିତ ପ୍ରଜାପତି ସିଏ ନ ଥାଏ ସାଥିରେ ତା`ର ପାଇବନି ତାକୁ ପଛେ ପଛେ ତୁମେ ଯେତେ ଯିଏ ଧାଇଁପାର ।। ପଢ଼ିବାକୁ ପାଠ ଆସେନାହିଁ ଚାଲି ପାଠଶାଳାକୁ ସେ କେବେ ପାଇବ କେମିତି ଖୋଜିଲେ ତାହାକୁ ପିଲାଙ୍କ ଭିତରେ ତେବେ ।। ଯାଏନି ସେ କେବେ ବୁଲିବା ପାଇଁକି ମାମୁଘର ତା`ର ନାହିଁ କିଏ ବତାଇବ ଠିକଣା ତାହାର ଅଛ କି`ରେ ତୁମେ ଚାହିଁ ।। ଖେଳିବାକୁ ହକି ଯାଏନି ସେ କେବେ ନାହାନ୍ତି କେହି ତା` ସାଙ୍ଗ ଖେଳପଡ଼ିଆରେ କାହିଁକି ଖୋଜିବ ବୁଝିନିଅ ତାକୁ ଆଗ ।। ନୁହେଁ ସେ` ତ ଗୋଟେ ଅଳସୁଆ ପିଲା ନିଦେ ପଡ଼ିଥିବ ଶୋଇ ପାଇବନି ତାକୁ ନିଦ ଭାଙ୍ଗି ତା`ର ହୋ ହୋ ତୁମେ ହୋଇ ।। ଲୁଚିଛପି ସିଏ ନ ଥାଏ କୋଉଠି ସେମିତିକା ନୁହେଁ ସିଏ ଖୋଜିପାଏ ତାକୁ ସେଇ ଜଣେ ଏକା ଜାଣିଥାଏ ତାକୁ ଯିଏ ।। ଉପରେ ସୂରୁଯ ହସୁଥାନ୍ତି ରହି ଥାଏ ସିଏ ଗଛତଳେ ଗଛଟି ପାଖକୁ ଚାଲିଆସ ବେଗେ ପାଇଯିବ ତାକୁ ବଳେ ।। ∎ ନୂଆପଡ଼ା, ନୟାବଜାର, କଟକ - ୦୪ ମୋ. – ୯୮୬୧୨୧୧୦୫୧