ମୋ ଗାଁ ରାଜଶ୍ରୀ ନନ୍ଦ ଜୁନ : ୨୦୨୬ Canonical: https://sishu.kabitawithoutborders.org/shishu/article_details-e904ca66ec.html କେତେ ଭଲଲାଗେ ମୋ ଗାଆଁଟି ସତେ ନାହିଁ ତାର ପଟାନ୍ତର ପ୍ରାକୃତିକ ଶୋଭା ପରିପୂର୍ଣ୍ଣ ଯହିଁ କି ଉପମା ଦେବି ତାର l ସୂର୍ଯ୍ୟ ଉଦୟରୁ ଅସ୍ତାଚଳ ଯାଏ ହସୁଥାଏ ମୋ ଗାଆଁଟି , ଚଉଦିଗେ ଭରା ଶ୍ୟାମଳ କ୍ଷେତର ବାସୁଥାଏ ମହକଟି l ପକ୍ଷୀ ର କାକଳି ଗୋମାତାଙ୍କ ରଡି ମିଶି ଯାଉଥିଲା ଯେବେ , କି ମଧୁର ଆହା ସେ ମିଶ୍ର ରାଗ ଟି କହି ହେବନାହିଁ କେବେ l ଗୋଧୂଳି ବେଳାରେ ପକ୍ଷୀଙ୍କ ବାହୁଡା ତା ସହିତ ଧେନୁ ପଲ, ଅସ୍ତାଚଳ ରବି ଡୁବି ଯାଉଥାନ୍ତି ଦୃଶ୍ୟ ତା ଅମୁଲ ମୁଲ l ବେଶି ମନେ ପଡେ ରଜ ଦୋଳି ଖେଳ ଫଗୁ ଖେଳ ଫଗୁଣରେ ହୋଲି, ଦଶହରା ,ଦିପାବଳୀ ଶୋଭା ହୃଦରେ ଆନନ୍ଦ ଭରେ l ବାରମାସେ ତେର ପରବ ଗାଆଁ ରେ ଖୁସି ମନେ ଭରି ଥାଏ ସେଇ ଭାଇଚାରା ମନୋଭାବ ଗୋଟି ସହରେ ଦେଖା ନଥାଏ l ଗାଁ ର ସ୍ନେହ ରେ ତାର ବନ୍ଧନକୁ ଭୁଲି ପାଇବା କି କାହିଁ ଯେତେ ଖୁସି ମନେ .ବାହାରେ ବୁଲିଲେ ସେ ଖୁସି ପାଇବା ନାହିଁ l ମୋ ଗାଆଁ ମୋ ପାଇଁ ଅମୃତ ସମାନ କେତେ ସୁମଧୁର ସତେ ତାହାର ଆଶିଷେ ସମାଜେ ଆମେରେ କେତେ ଭାଗ୍ୟବାନ ସତେ l ∎ ଭୁବନେଶ୍ବର