କେତେ ଟିକିଏ ମହୁମାଛି ଧନଞ୍ଜୟ ସ୍ୱାଇଁ ଫେବୃଆରୀ : ୨୦୨୬ Canonical: https://sishu.kabitawithoutborders.org/shishu/article_details-e720bfc89c.html କେତେ ଟିକିଏ ମହୁମାଛି ସେ କେତେ ଯେ ତାର ଗୁଣ ସକାଳୁ ସଞ୍ଜ ଫୁଲ ପାଖରେ ରହି ଥାଏ ତା ମନ(1) ଟିକି ନଈର ସୁଅ ପ୍ରଖର ପାରଇ ଲଙ୍ଘି କୂଳ ଟିକି କୂଅର ଜଳ ମଧୁର କେତେ ଯେ ସୁଶୀତଳ (2) ଟିକି ତାରାଟି ଆକାଶେ ଫୁଟି ଅନ୍ଧାର ପାରେ ନାଶି ଟିକି ଝରଣା ଗୀତଟି ଗାଇ ନଈରେ ଯାଏ ମିଶି (3) ଟିକି ଚଢ଼େଇ ଡେଣା ହଲେଇ ଆକାଶେ ଯାଏ ଉଡ଼ି ହେଉ ପଛକେ ଆକାଶ ବଡ ଯାଏନି ଜମା ଡରି (4) ତୁଣ୍ଡରେ ଦାନା ଧରି ଚାଲଇ ଟିକି ପିମ୍ପୁଡି ଧାର ଶିଖାଏ ଅବା ଆମକୁ ସିଏ ଏକତାରେ ହିଁ ବଳ( 5) ସେମାନେ ଟିକି ବୋଲି କରନି କେଵେ ବି ଉପହାସ ଟିକି ସାପର ବିଷଟି ବେଶି କରଇ ସର୍ବନାଶ!!(6) ∎ ମୋ -9437000636