ଏଇମୋ ହାତ ରାଧାମାଧବ ରଥ ଜୁନ: ୨୦୨୫ Canonical: https://sishu.kabitawithoutborders.org/shishu/article_details-e606cc2558.html ମୋ ହାତ ସତେ କେତେ ସୁନ୍ଦର ହାତେ କରଇ କାମ ହାତ ଯୋଡିକି କରେ ଜଣାଣ ନିଏ ପ୍ରଭୁଙ୍କ ନାମ। ମୋ ପାଇଁ ଯେବେ ମାଆ ଆଖିରୁ ବହଇ ଲୁହ ଧାର ପୋଛି ମୁଁ ହାତେ ବୁଝାଇ କହେ ହେବନି ଭୁଲ୍ ମୋର। ହାତଟି ବିନା ବିବିଧ କାମ ପାରିବି କିବା କରି ? ପର ଉପରେ କରି ନିର୍ଭର ଦିବସ ଯିବ ସରି। ହେବି କୃଷକ ଧରି ଲଙ୍ଗଳ ବିଲେ କରିବି ଚାଷ କରି ଅମଳ ହାତରେ ମୋର ଫୁଟିବ ଓଠେ ହସ । ଶ୍ରମିକ ସମ କରିବି ଶ୍ରମ ହାତେ ମୁଁ କୋଡି ଧରି ଦେହରୁ ମୋର ବୋହିବ ଝାଳ କେହବ ମୋର ସରି। ଫଉଜ ହେବି ଲଢେଇ କରି ବନ୍ଧୁକ ଥିବ ହାତେ ଶତ୍ରୁ କବଳୁ କରିବି ରକ୍ଷା ହଟାଇ ବାଧା ଯେତେ। କଲମ ଧରି ହାତରେ ମୋର ଲେଖିବି ଗଳ୍ପ କେତେ ପଢି ସମସ୍ତେ ହେବେ ଯେ ଖୁସି ଆନନ୍ଦେ ଦିନ ବିତେ। ∎ ଭର୍ତ୍ତୁର, ବାଙ୍ଗାଲୋର, କର୍ଣ୍ଣାଟକ ।