ଆକାଶର ଵଉଦ ଡକ୍ଟର ସୁନାମଣି ରାଉତ ମାର୍ଚ୍ଚ: ୨୦୨୬ Canonical: https://sishu.kabitawithoutborders.org/shishu/article_details-e4fb2ab50c.html କେବେ ଦିଶେ ହାତୀଘେ।ଡା କେଵେ ଓଟ ନେଉଳ କେବେ ପୁଣି ଦିଶୁଥାଏ ପୁରୀ ଵଡ ଦେଉଳ। ଥରେ ନୁହେଁ ଦି` ଥରକି ଵାର ତେର ଚଉଦ କେତେ ରୂପେ ଦିଶୁଥାଏ ଆକାଶର ଵଉଦ ଲାଗେ ଭାରି ଵଢିଆ, ଅଗଣାରେ ହସୁଥାନ୍ତି ନାଣ୍ଡି ନଣ୍ଡା ଧଡିଆ । ୧। ନଈନାଳ ପୋଖରୀରୁ ପାଣିଶୋଷି ସ୍ଵରୂଯ ଆକାଶରେ ବୁଣିଦିଏ ଜଳବିନ୍ଦୁ ମୁରୁଜ। ସେଇସବୁ ଜଳଵିନ୍ଦୁ ସାଙ୍ଗ ହେ।ଇ ମିଶନ୍ତି ଆକାଶେ ବଉଦ ହେ।ଇ ଭେଳା ଭେଳା ଦିଶନ୍ତି। ପାହାଡର ଚୂଳରେ, ଝାମ୍ପୁରା କେଶଭଳିଆ ହେ।ଇଥାନ୍ତି ଠୁଳରେ। ୨। ବଉଦରେ ଲୁଚିଛପି ରହିଥାଏ ଵିଜୁଳି ଵେଳେବେଳେ ଚିକ୍ ମିକ୍ ଉଠୁଥାଏ ଉଜୁଳି। କଳା କଳା ବଉଦରେ ଧଳାବଗ ଉଡିଲେ କି ସୁନ୍ଦର ଦିଶେଆହା ସୂରୁଯଟି ଵୁଡିଲେ। ରାତି ଆସେ ଘନେଇ, ଜହ୍ନ ଖେଳେ ଲୁଚକାଳି ହସୁଥାଏ କହ୍ନେଇ। ୩। ∎ ମୋବାଇଲ- - ୯୪୩୭୧୯୨୮୯୦