ଆମ ଗୁଡିଆ ବୃନ୍ଦାବନ କୁମ୍ଭାର ଜାନୁଆରୀ: 2026 Canonical: https://sishu.kabitawithoutborders.org/shishu/article_details-e4d385d79d.html ଆମଗୁଡିଆ ଖେଳେ ବଢ଼ିଆ ଖେଳଣା ହାତେ ଧରୀ ସୁନ୍ଦର ଛବି ଦେଖିଲେ ପୁଣି ନଦିଏ କେବେ ଚୀରି। ଜହ୍ନ ରାଇଜେ ଘର କରିବ ମନରେ ଅଛି ଭାବି ଘରର ତାଲା ଖୋଲଇ ନିତି ହାତେ ଧରିକି ଚାବି। ସଫାସୁତୁରା ରହ ଇ ପରା ରାଗ ରୋଷ ନକରି ସିଲଟେ ଖଡ଼ି, ଗାର ଇ ନିତି ଅ,ଆ,ନାମକୁ ଧରି। ଛୋଟରୁ ତା,ର ମହକ ଦେଖି ଲୋକେ କହନ୍ତି ଭଲ ଜୀବନ ତା,ର ମଙ୍ଗଳ ହେବ ଦିଶୁଛି ଜଲ ଜଲ। ଏମିତି ସବୁ ଶିଶୁ କୁଳର ଅନ୍ଧାର ଯିବ ହଟି ନୂଆ ସୂରୁଯ ଉଦୟ ହେବ ଆଲୋକ ଦିଶି ବଟି। ବାପା ମା,ଙ୍କର ହାତରେ ଅଛି ଦୀପ ଶିଖା ଟି ଦେଖ ତାଙ୍କ ଆଦେଶ ମାନି ଚଳିଲେ ରହିବ ତୁମ ଟେକ। ∎ ଚାଣ୍ଟିପଲା, ଟିଟିଲାଗଡ଼ ୯୬୬୮୮୬୮୭୦୬