ଅଛି ବୋଲି ଧ୍ରୁବ ଚରଣ ଘିବେଲା ମଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-e42927dc78.html ଅଛିବୋଲି ଆଖି ହେଉ କେତେ ଖୁସି  ଏ ଦୁନିଆ ଦର୍ଶନରେ  ଆଖିବୁଲାଇଲେ ଦିଶେକେତେ ଦୃଶ୍ୟ  ସନ୍ତୋଷ ଜାଗେ ମନରେ I ଅଛିବୋଲି ଆଖି ସପନ ବି ଦେଖୁ କେବେ ଆଖି ଆଇନାରେ  ରାତି ସପନଠୁ ଭଲ ଦିନଦେଖା ସ୍ବପ୍ନ ପୂର୍ଣ୍ଣ କରିବାରେ I ଅଛିବୋଲି କାନ ଶୁଣୁ ଯେତେ କଥା  ଭଲକୁ ଆଦରି ନେଇ  ମନ୍ଦକଥାରେ କା` ଭଳି ଯିବା ନାଇଁ  ମନ୍ଦରେ କାନ ନଦେଇ I ଅଛି ବୋଲି କାନ ଶୁଣିବାନି କେବେ କାହା ଖଚ ମିଛ କଥା ଶୁଣିବାରେ ମଜା ଶୁଣିବାରେ ତାଜା ନୀତିବାଣୀଯୁକ୍ତ ଗାଥା I ଅଛି ବୋଲି ହାତ କାମରେ ସତତ  ସବୁବେଳେ ରହିଥିବା  ଭଲ ଭଲ କାମ ନିଖୁଣ ଗଢ଼ଣ ଠିକ ଠିକ କରିଯିବା I ଅଛି ବୋଲି ହାତ ଲେଖିବାରେ ଖୁସି  ନକରିକି ମନ ଉଣା ଗପଗୀତ ଲେଖି ଦେବାରେ ପରଷି  ଗପଗୀତ ମନଜିଣା I ଅଛିବୋଲି ଗୋଡ଼ ଚାଲିପାରୁ ଆମେ ଦେଖିଚାହିଁ ଖାଲଖମା ଚାଲିବା ଉଚିତ ଚାଲିକି ଉଷତ ଥକିବାନି କେବେ ଜମା I ଅଛିବୋଲିଗୋଡ଼ ଦେହବୋଝଧରେ ଠିଆହେବା ଅବସ୍ଥାରେ ଚାଲିବା ଦୌଡ଼ିବା ଦୁଇ କାମ ହୁଏ ଦୁଇ ଗୋଡ଼ ସାହାଯ୍ୟରେ I ∎ ବଉଦରାଜ, ଜି. ବୌଦ୍ଧ ମୋ.9437478466