ତିଆରେ ନିଜ ଘର ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ଜାନୁୟାରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-e365631db3.html କାଠିକୁଟା ପତର ଆଣି ତିଆରେ ନିଜ ଘର ତା `ପରି ଆଉ ଏମିତି ଅଛି କିଏ ସେ କାରିଗର? ଖଜୁରୀ ଅବା ତାଳଗଛର ନହକା ବରଡାରେ ତୋଳଇ ସିଏ ନିଜ ଘରକୁ ଝୁଲଇ ପବନରେ. ବାଆ ବତାସ ଯେତେ ବା ଆସୁ ନ ଥାଏ ତା`ର ଡର ସେଇଠି ରଖେ ନିଜ ଛୁଆଙ୍କୁ ସେଇଟା ତା`ର ଘର. ଲୋକେ କୁହନ୍ତି କି ଆସେ ଯାଏ ବାଆରେ ଝୁଲେ ବସା ବାଇଚଢେଇ ଚତୁର ମୁହିଁ ହୁଏ ନି ଲୋକହସା. କଳାକୌଶଳ ମୋତେ ତ ଜଣା କାରିଗର କେ ନାହିଁ ନିଜେ କରିଛି ସୁନ୍ଦର ବସା ଡାଳେ ଝୁଲିବା ପାଇଁ. ∎