ସବୁରି ମନରେ ଫୁଟାଇ ହସ ମହେନ୍ଦ୍ର କୁମାର ମଲ୍ଲିକ ଜାନୁୟାରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-e2f2da6b6f.html ନୂଆ ସକାଳର ସୁନେଲି କିରଣ ଧୋଇଦିଏ ଆସି ଧରଣୀ ପାଦ ଝରଣାର ଜଳ ବହେ କଳ କଳ ସାଗରେ ମିଶଇ କେଡେ ଆନନ୍ଦ/ ଶିଶିର ପରଶେ ତରୁ ପଲ୍ଲବିତ ଗୁଳ୍ମଲତା ସବୁ ଉଠିଲେ ଚେଇଁ ପ୍ରକୃତିର କୋଳ କରି ଉଲ୍ଲସିତ ସୁରଭିତ ହେଲା ମରତ ଭୂଇଁ / ଖରା ଛାଇ ଏଠି ଖେଳେ ଲୁଚକାଳି ସବୁଜ କ୍ଷେତରେ ସିଆର କାଟେ ଉଡେ ଗେଣ୍ଡାଳିଆ ଝାଡ଼ି ଦେଇ ପର ଗୋହିରୀ ବିଲର ମହିଷା ପାଟେ / ମଳୟ ପଵନ ହୋଇ ଆନମନା ଗାଏ ବସନ୍ତର ମଧୁର ଗୀତି ଆମ୍ବ ବଉଳର ଫଗୁଣ ମହକ କୋଇଲିର କୁହୁ ଉଲ୍ଲାସେ ମତି / ନୀଳ ଗଗନରେ ପୁନେଇଁର ଚାନ୍ଦ ବାଣ୍ଟଇ ମହକ ସଜ ଶେଫାଳି ସବୁରି ମନରେ ଫୁଟାଇ ହରସ ପରାଣେ ପୁଲକ ଦିଅଇ ଢ଼ାଳି /  ଜିଏ -423, କୈଳାସ ବିହାର ଶୈଳଶ୍ରୀ ବିହାର, ଭୁବନେଶ୍ୱର -21 ମୋ -9437281155