ଓଡ଼ିଶା ମାଟିରେ ଜନମ ନେଇଛେ ଅଜୟ କୁମାର ସେଠୀ ଫେବୃଆରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-e27f76e5f2.html ଓଡ଼ିଶା ମାଟିରେ ଜନମ ନେଇଛେ ସିଏ ପରା ଆମ ମାଆ ତା ପାଣି ପବନେ ଗଢ଼ା ଏ ଜୀବନ ସବୁରି ଅଟେ ସେ ସାହା । ତା କୋଳରେ ବହେ ନଦୀ ଓ ଝରଣା ମିଶନ୍ତି ସାଗରେ ଯାଇ ବିଲ,ବନ,ଘର ଆହାକି ସୁନ୍ଦର ପଟ୍ଟାନ୍ତର ତା`ର ନାହିଁ । ଏ ମାଟିର ଆମ ପ୍ରଭୁ ଜଗନ୍ନାଥ ପୂଜନ୍ତି ସାରା ଜଗତ ବାରମାସେ ତା`ର ତେର ପର୍ବ ହୁଏ ମିଛ ନୁହେଁ ଏହା ସତ । ରାମାୟଣ, ଗୀତା, ଭାଗବତ ପୋଥି ଅମୂଲ୍ୟ ରତ୍ନ ଆମର ଯାହାକୁ ଛୁଇଁଲେ ଅବା ପାଠକଲେ ପବିତ୍ର ହୁଏ ଅନ୍ତର । ଧଉଳିଗିରି ଓ ଖଣ୍ଡଗିରି କହେ ଅଶୋକଙ୍କ ବୀର ଗାଥା ବଦଳାଇଥିଲା ଏହି ମାଟି ତାଙ୍କୁ ନଇଁ ଥିଲା ତାଙ୍କ ମଥା । ଏ ମାଟିରେ ବୀର ପାଇକ କାହାଣୀ ଶୁଣିରଖ ବାରମ୍ବାର ମାଟି ମା ପାଇଁ ଜୀବନକୁ ଦେଇ ରହିଛନ୍ତି ସେ ଅମର । ଏ ମାଟିରୁ ମୁଠେ ଚିପୁଡିଲେ ଏବେ ବୀର ରକ୍ତ ପଡ଼େ ଝରି ସେ ରକ୍ତ ଶିଖାଏ ଆମକୁ ଏକତା ମନେ ପଡ଼େ ପୂର୍ବ ପିଢ଼ି । ବାଜିଆ,ଧରମା ଏ ମାଟି ସନ୍ତାନ ଜାତି ପାଇଁ ପ୍ରାଣ ଦେଲେ କେତେ ବୀର ଯୋଦ୍ଧା ଜାତି ପାଇଁ ଲଢ଼ି ସ୍ବାଧୀନ ଆମ ଆଣିଲେ । ତାଙ୍କ ପାଇଁ ଆମେ ଗର୍ବ କରୁଅଛେ ନମସ୍ୟ ସିଏ ଆମର ଓଡ଼ିଶା ମାଟିର କୀର୍ତ୍ତି କାରୁକାର୍ଯ୍ୟ ନାହିଁ ତା`ର ପଟ୍ଟନ୍ତର । ଓଡ଼ିଶା ମାଟିରେ ଜନ୍ମ ହୋଇଅଛେ ରଖିବା ଜାତିର ଟେକ ଅସ୍ମିତା ତା`ର ବଜାୟୀ ରଖିବା ଆମ ପାଇଁ ସେ ଆଲୋକ । ∎ ଗ୍ରାମ-ଅଞ୍ଜିରା ,ପୋ-ଓହ୍ଲାଣ ,ଭାୟା- ନିରାକାରପୁର ଜିଲ୍ଲା -ପୁରୀ,ପିନ୍-୭୫୨୦୧୯ ମୋ-୯୯୩୭୧୯୮୮୭୮ ଫୋନ 700304225