ଶୀତ ସକାଳ ଲୀଳାବତୀ ପରିଡ଼ା ନଭେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-e25d1f3610.html ଶୀତ ସକାଳର ସୁନେଲି ସୂରୁଜ ଦେଖି ରାବିଲେଣି ଯେତେକ କାଉ ଡାକିଲେଣି ମାଆ ଆରେ ମୁନା ମୁନି ଉଠ ଉଠ ମଠ ନ କର ଆଉ। ଉଠିଲେ ସଅଳ ନିତ୍ୟ କର୍ମ ସାରି ଜଳଖିଆ ଖାଇ ପଢ଼ିଲେ ବସି ଜେଜେବାପା ମାଆ ଖାଇଲେଣି ଚା ସକାଳୁ ସକାଳୁ ଦାନ୍ତ କୁ ଘଷି। ଶୀତ ସକାଳର ସୁନେଲି ସୂରୁଜ ବିଛାଡ଼ି ଦେଇଛି କଅଁଳ ଖରା ଘୁମୁରୁ ଘୁମୁରୁ ପାରା ଦୁଇ ଯୋଡ଼ା ଖରା ପଉଁଛନ୍ତି ଛାତରେ ପରା। ଖୁଦ ମୁଠେ ନେଇ ଛାଟି ଦେଲେ ମାଆ ଖାଇ ଦେଲେ ସବୁ ଖୁସିରେ ପରା ମୁନା ମୁନି ଗଲେ ଧରିବାକୁ ଟିକେ ଉଡ଼ିଗଲେ କେହି ନ ଦେଲେ ଧରା। ∎ କୁଟୁଣିଆଁ,ପୋ -ବାବନ୍ଧ ଭାୟା-ହିନ୍ଦୋଳ ରୋଡ, ଜି -ଢେଙ୍କାନାଳ ପିନ- ୭୫୯୦୧୯ ମୋ.ନ – ୯୮୬୧୯୪୫୬୨୬