ଚାଲ ବୁଲିଯିବା ଚିଲିକା ଧନଞ୍ଜୟ ସ୍ୱାଇଁ ଏପ୍ରିଲ: ୨୦୨୫ Canonical: https://sishu.kabitawithoutborders.org/shishu/article_details-e1e6208858.html ଚାଲ ବୁଲିଯିବା ଚିଲିକା ପିଲାଏ ଶୀତ ଯାଉଅଛି ସରି ସେଠାରେ ଦେଖିବା ବିଦେଶୀ ପକ୍ଷୀ ଓ ଡ଼ଲଫିନ ବୁଲିବୁଲି। ତରତର ହୋଇ କାମ ସାରିଦିଅ ଶୀତ କୁ ଯାଅନି ଡରି ଦେହକୁ ହିତ ଏ ଶୀତ ତେଣୁ ଲୋକେ ଯାଆନ୍ତି ଏ ଦିନେ ବୁଲି। ପାଣିରେ ଚାଲନ୍ତି ବିଦେଶୀ ପକ୍ଷୀ ଏ ଡ଼ ଅ ଗ, ଡ଼ ଅ ଗ ସେଠି ସାଇବେରିଆ ର ଶୀତ କୁ ଡରି ସେ ଉଡ଼ି ଆସିଛନ୍ତି ଏଠି। ହଂସ, ହଂସରାଳି, ମାଛରଙ୍କା, ବଗ କାଣ୍ଟିବଗ, ଗେଣ୍ଡାଳିଆ ଚକୁଆ, ଚକୋଇ, ହରଡ ଚଢ଼େଇ ଭଳି ଭଳି ପାଣିକୁଆ। ପାଣି ପଙ୍କ କାଟି ସାତପଡ଼ା ଆଡେ ଭାସି ଚାଲେ ଯେବେ ନାଆ ମଥା ଟେକି ସେବେ ଉଠଇ ଡ଼ଲଫିନ ଦିଶେ ଭାରି କୌତୁକିଆ। ଯିବାବେଳେ ସଙ୍ଗେ ନେଇଥିବା ପାଣି ବୋତଲ ପ୍ୟାକେଟ ଜରି ଫିଙ୍ଗିବାନି ତାକୁ ପ୍ରଦୂଷଣ ପରା ପାଣିରେ ଗଲାଣି ବଢ଼ି। ମୋଟର ବୋଟ ର ଘୁରୁଥିବା ପଙ୍ଖା ଚିଙ୍ଗୁଡ଼ି ଘେରିର ଜାଲ ବିରଳ ପ୍ରଜାତି ଡ଼ଲଫିନ ପାଇଁ ହୋଇଲାଣି ପରା କାଳ। ବିଦେଶୀ ବିହଙ୍ଗ ଡ଼ଲଫିନ ଙ୍କ ଡର ଯଦି ଦୂର ହେବ ନାହିଁ ଶିରୀହୀନ ହେବ ସୁନ୍ଦରୀ ଚିଲିକା ବୁଲି ଆସିବେନି କେହି।। ∎ ମୋ -୯୪୩୭୦୦୦୬୩୬