ହସି ହସି ଝୁଲୁଥିବି ଡକ୍ଟର ଲଷ୍ମୀକାନ୍ତ ଖୁଣ୍ଟିଆ ଫେବୃଆରୀ : ୨୦୨୬ Canonical: https://sishu.kabitawithoutborders.org/shishu/article_details-ddcb10c80e.html ଧୀରେ ବସ ପ୍ରଜାପତି ଆସି ମୋର ଉପରେ ଆସିଅଛୁ ଧାଇଁ ତୁହି ଦେଖି ଏଇ ରୂପରେ. ତୁ ଝୁଲିବୁ ମୁଁ ଝୁଲିବି ଏଇ ଧୀର ପବନେ ଏମିତିକା ସୁଯୋଗ ତ ଆସିବନି ଜୀବନେ. ହସି ଖେଳି ମୋର ସାଥେ ମହୁ ନେବୁ ଚୋରେଇ ରହିତ ପାରିବି ନାହିଁ ଟିକେହେଲେ ଦୂରେଇ. ସବୁ ଶୁଣି ପ୍ରଜାପତି ଦେଲା ଟିକେ ହସିରେ ବହୁତ ସମୟ ଧରି ପାରିବିନି ବସିରେ. ଫୁଲରୁ ଫୁଲକୁ ଉଡ଼ି ବସିବା ମୋ କରମ ପରାଗ ସଙ୍ଗମ କାମ କରିବା ମୋ ଧରମ. ଏଇ କାମଟିକ ପାଇଁ ନିତି ଆସେ ଧାଇଁ ତ ଆନ ଦରବରେ ମୋର ଜମା ଲୋଭ ନାଇଁ ତ. ଫୁଲ ଗଛ ବଢ଼ିଗଲେ କି ସୁନ୍ଦର ଦିଶିବ ଫୁଲଙ୍କ ମେଳରେ ଥିଲେ ମୋର ହସ ଆସିବ. ହସି ହସି ଝୁଲଥିବି କେତେ ଫୁଲ ମେଳରେ ଭାବୁଥିବି ଆହା ସତେ କେତେ ଭଲ ବେଳରେ ∎ କ୍ୱାର୍ଟର ନମ୍ବର ଆଇ ଭି 50/1 ୟୁନିଟ -3, ଖାରବେଳନଗର ଭୁବନେଶ୍ୱର 751001 ଭ୍ରାମ୍ୟଭାଷ :6372915418