ଖରା ହେଉଅଛି ଟାଇଁଟାଇଁ ଲକ୍ଷ୍ମୀଧର ନାୟକ ଜୁନ : ୨୦୨୬ Canonical: https://sishu.kabitawithoutborders.org/shishu/article_details-dcc5be23c3.html ଖରା ହେଉଅଛି ଟାଇଁଟାଇଁ, ଦେହରେ ପଡ଼ିଲେ ନିଆଁଝୁଲ ପରି ଲାଗୁଅଛି ପରା ଚାଇଁ ଚାଇଁ । ଖରା ହେଉଅଛି ଟାଇଁଟାଇଁ, ଅମାନିଆ ହୋଇ ବାହାରେ ବୁଲିଲେ ମୁଣ୍ଡ ହୋଇଯାଏ ଝାଇଁ ଝାଇଁ । ଖରା ହେଉଅଛି ଟାଇଁଟାଇଁ, ଶୋଷରେ ଆତୁର ହୋଇକି ମନଟା ପାଣି ପିଇବାକୁ ହାଇଁ ପାଇଁ । ଖରା ହେଉଅଛି ଟାଇଁଟାଇଁ, ଗରମ ପବନେ ମୁହଁ ଶୁଖିଯାଏ ଝାଞ୍ଜି ବହୁଅଛି ସାଇଁ ସାଇଁ । ଖରା ହେଉଅଛି ଟାଇଁଟାଇଁ, ଆମ ପାଇଁ ବଡ଼ ବିପଦର କଥା ଜାଣିକି ଯିବାରେ କାହିଁ ପାଇଁ । ଖରା ହେଉଅଛି ଟାଇଁଟାଇଁ, କଥା ମାନି ଆମେ ଘରେ ତ ରହିବା ବାହାରକୁ ଯିବା ନାଇଁ ନାଇଁ । ∎ ବାଉଁଶିଆପଡା,ନୟାଗଡ଼ ୮୨୭୦୩୭୨୪୯୮