ଆସିଲା ବରଷା କାଳ ବୃନ୍ଦାବନ କୁମ୍ଭାର ଜୁଲାଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-dc3865a79f.html ଆସିଲା ବରଷା କାଳ ଆକାଶରେ ମେଘ ପବନ ବେଗରେ ଏଣେ ତେଣେ ମାଳ ମାଳ। ଗ୍ରୀଷମ ଉତ୍ତାପ ଜାଣି ମେଘ ମାଳ ସବୁ ବିଚାର କରିଲେ ବରଷା ଧରାକୁ ଆଣି। ଖ ଇ ଫୁଟୁଥିବା ମାଟି ଦୁବଲଟା ସବୁ ଶୁଖି ଥିଲେ ଯେତେ ସବୁଜ ରଙ୍ଗରେ ଉଠି। ଭୂମିକୁ କରିଲେ ଶୋଭା ସବୁଜ ସମ୍ଭାରେ ଭୂସ୍ବର୍ଗ ଭୂମି ଟି ଦିଶୁଅଛି ମନ ଲୋଭା। କୃଷକ ଭାଈର ମନ ପବନ ବେଗରେ ମହୁମାଛି ସମ ବ୍ୟସ୍ତ ହୁଏ ରାତି ଦିନ। ∎ ଟିଟିଲାଗଡ଼, ବଲାଙ୍ଗୀର