ଟିକେ ମୋତେ ହେଉ ଦୟା ଜିତେନ୍ଦ୍ର ଚନ୍ଦ୍ର ସାହୁ ଜୁଲାଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-dbe84b192f.html ଟିକେ ମୋତେ ହେଉ ଦୟା ଦେଖିଛି ମନ୍ଦିରେ ତୋର ସେହି ରୂପ ଦେଖିଛି ବଳିଆ ଭାଈ ତୁମ ଅଲିଅଳି ସୁଭଦ୍ରା ଭଉଣୀ ସଙ୍ଗେ ଅଛ ତୁମେ ରହି ।୧। ଆନନ୍ଦ ବଜାରେ ଖାଇଛି ଅଭଡ଼ା ପିଇଛି ଟଙ୍କ ତୋରାଣି କଳ୍ପବଟେ ଡୋର ବାନ୍ଧି ଅଛି ମୁହିଁ ମାନସିକ ଗଣିଗଣି ।୨। ବାଇଶି ପାହାଚେ ଗଡ଼ିଅଛି ମୁହିଁ ବୋଳିଛି ଶରଧା ବାଲି ନୀଳଚକ୍ର ନେତ ଦେଖି ଦେଲା ପରେ ସବୁ ଦୁଃଖ ଯାଏ ଭୁଲି ।୩। ଦୁଃଖ ରହିଗଲା ରଥ ଯାତରାକୁ ଲାଗିଲାନି ତୋର ଡୋରି ବଡ଼ ଦାଣ୍ଡେ ତୋର ରଥ ଟାଣିବାକୁ ମନ ହୁଏ ମୋର ଝୁରି ।୪। ପାପ ପୁଣ୍ୟ ମୋର ଜାଣିନି ହିସାବ ବୁଝି ପାରେନା ତୋ ମାୟା ତୋ ରଥ ଦଉଡି ଥରେ ଛୁଇଁବାକୁ ଟିକେ ମୋତେ ହେଉ ଦୟା । ଏ ଅଧମ ପାଇଁ କେବେ ହେବ ଦୟା ଘୋଷଯାତ୍ରା ଡୋର ମାୟା ।୫। ∎ ବସୋଇ,ପର୍ଜଙ୍ଗ,ଢେଙ୍କାନାଳ ଦୂର ଭାଷ-୯୭୭୬୪୫୪୮୦୦