ଢଗ ଢମାଳି କବିଜ୍ୟୋତି ନିରଞ୍ଜନ ପତି ମଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-db81cd2a22.html ଅଜାଗା ଘାଆର ପୀଡା ଦେଖି ହୁଏନାହିଁ ଦେଖାଇ ହୁଏନି ଲୁଚିକି ହୋଇଛି ଛିଡ଼ା। (ଗୁପ୍ତ କଥା ଅକୁହା) ଅଟର ବଟର ଖଟର ଖରାଦିନ ଟାକୁ ସ୍ବେଟର ପାକୁଆ ପାଟିକୁ ମଟର ଚୋରକୁ ଅଡ଼ୁଆ ସର୍ଟର। (ଅଡ଼ୁଆ ଅର୍ଥରେ) ଆର ଗାଆଁ ର ନିତେଇ ତନ୍ତି ମାଗଣା ଖାଇକି କରୁଚି ବାନ୍ତି। (ଲୋଭୀ) ଅଳସୁଆ ପାତି ବସିଚି ଅଖିଆ ଅପିଆ କାଶୁଚି। (ଅଳସୁଆ ର ଦୁଃଖ) ଅଥାନି ସଇଁ ଆଠ ପୁଅ ଝିଅ ଦେଇଚି ବେଇ ଘରେ ଭାତ ପେଜ ଟୋପାଟେ ନାହିଁ ବାଡି ଆଡେ କାନ୍ଦେ କଅଇଁ କଇଁ (ବହୁ କୁଟୁମ୍ବୀର ଦୁଃଖ) ଅଟଳ ଟଳ ପୁଅ ପାରିଗଲେ ବାପକୁ ବଳ (ସାହସ ବଢିବା ଅର୍ଥରେ) ଅକାଳେ ସକାଳେ ହେଉଚି ଦେଖା କହୁଚି ତୁ ମୋର ଆତ୍ମୀୟ ସଖା ଭିତରେ କାଟୁଚି ସିଅ, ତାକୁ ସାବଧାନ ହୁଅ (କପଟ ବା ଛଳନା ପ୍ରିୟ ସାଥି) ∎ ଗାନ୍ଧୀ ମାର୍ଗ, ଅନୁଗୋଳ ମୋ-୯୯୩୮୧୩୩୫୫୯