ମରତେ ଆସଇ ଶରତ କୈଳାସ ଚନ୍ଦ୍ର ଧଳ ଅକ୍ଟୋବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-db5d6ba21a.html ଧାରା ଶିରାବଣ ମାସ ଶେଷ ପରେ ମରତେ ଆସଇ ଶରତ ନିରିମଳ ଶୋଭା କେଡେ ମନଲୋଭା ରୁଚିର ଦିଶଇ ଜଗତ | ସବୁଜ ପଣତେ ହସଇ ଧରଣୀ କାଶତଣ୍ଡୀ ଫୁଲ ଧବଳ ଦୋଳି ଖେଳୁଥାଏ ପବନ ଦୋଳିରେ ବିଲ ବଣ ଦିଶେ ଶ୍ୟାମଳ | ଭାସି ବୁଲୁଥାଏ ଧଳା ମେଘ ଖଣ୍ଡ ଆନନ୍ଦେ ସୁନୀଳ ଅମ୍ବରେ କଅଁଳ ଖରାରେ ଘଷିମାଜି ହୋଇ ଆଈ ଆସୁଥାଏ ଦମ୍ଭରେ | ରାସ୍ତାଘାଟ ସବୁ ଶୁଖିଲା ଦିଶଇ ନିରିମଳ ନଦୀ ଝରଣା ମାଈ କାକରରେ ଭିଜି ଭିଜି ଯାଏ ଗାଆଁ ଦାଣ୍ଡ ବାଡ଼ି ଅଗଣା | କୁଳୁ କୁଳୁ ଗୀତେ ପାହାଡ଼ୁ ଝରଣା ଝର ଝର ହୋଇ ଝରଇ ଗୋଠଫେରା ଗାଈ ବେକରେ ଘାଗୁଡ଼ି ମଧୁର ସ୍ୱରରେ ବାଜଇ | ମାଆ ଦଶଭୁଜା ଗଜ ବାହାନରେ ଓହ୍ଲାଇ ଆସନ୍ତି ମରତେ ଚାରିଆଡେ ଖାଲି ପାର୍ବଣ ପାର୍ବଣ ଶୋଭାରାଣୀ ହସେ ଶରତେ | ସମ୍ପାଦକ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ, କନ୍ଧମାଳ, ଫୁଲବାଣୀ -762001 ମୋବାଇଲ – 8895119944