କହିଲେ ହେବ ସୁନା ପିଲା ପୌର୍ଣ୍ଣମାସୀ ଦେବୀ ମଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-dab2fabdcd.html ପିଲାଏ ଶୁଣ କହୁଛି ପୁଣ ଗୀତରେ ଗପ ତୁମକୁ ଥିଲା ଗୋଟିଏ ବୁଢୀ ମାଉସୀ ନିତି ଆସୁଥିଲା ହାଟକୁ । ବାରିର ତାର ପନି ପରିବା ନିଇତି ତୋଲୁଥିଲା ସେଇ ସବୁକୁ ବୋଝରେ ଧରି ହାଟକୁ ଆସୁଥିଲା । ଜହ୍ନି କାକୁଡି ଭେଣ୍ଡି କଲରା ଗୋଟିଏ ଦିନ ଆଣି ଆଖାଟେ ପାରି ରଖିଲା ସବୁ ମନ ଖୁସିରେ ପୁଣି । ପ୍ରତି ପରିବା ତିନି ଭାଗରେ ସଜାଇ ଦେଲା ଥୋଇ ଭାଗ ଦଅଶ ଆସ ଗରାଖ ଡାକ ଛାଡ଼ିଲା ସେହି । କହିଲ ପିଲେ ସବୁ ପରିବା କେତୋଟି ଭାଗ ହେଲା କେତେ ଟଙ୍କାରେ ବୁଢୀ ମାଉସୀ ସବୁ କୁ ବିକି ଥିଲା । ଯିଏ କହିବ ସାବାସି ନେବ ସୁନା ପିଲା ସେ ହେବ ବାଦାମ ଟୀକା ସେଇ ମାନଙ୍କୁ ଗୋଟେ ବେଶି ମିଳିବ । ∎