ପାଠ ଠାକୁର ଦୀନବନ୍ଧୁ ପୋଇ ସେପ୍ଟେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-da17d8fd59.html ହେ ପାଠ ଠାକୁର ଗଣେଶ ପାର୍ବତୀଙ୍କର ସୁତ ଭାଦ୍ରବ ଚତୁର୍ଥୀ ତିଥିରେ ପାଳୁ ତୁମର ବ୍ରତ । ବିଦ୍ୟାଳୟେ ଛାତ୍ର ଛାତିରି ସବୁ ହୋଇଣ ମେଳି ଆସନେ ବସାଇ ତୁମକୁ ଦେଉ ଦୀପାଳି ଜାଳି । ପାଠପାଇଁ ତୁମ ଚରଣେ କେତେ ଗୁହାରି ହେଉ ତୁମ ଭୋଗ ପାଇଁ ଗଛରୁ ତୋଳି କାକୁଡି ଦେଉ । ତୁମ ମନ୍ତ୍ର ମୁଖେ ଗାଇଣ ମାରୁ ହାତରେ ତାଳି ପାଠରୁ ଟିକିଏ ନ ଦେଲେ ଆମେ ଖାଇବୁ ଗାଳି | ନାମ ବହିଛ ବିଘ୍ନେଶ୍ୱର ବିଘ୍ନ କରିବ ଦୂର ଦୁଇହାତ ଯୋଡି ମାଗୁଛୁ ଦିଅ ଆମକୁ ବର । ∎ ଚ଼ରଣ ରେଣୁ ନିବାସ, ଗୋରଡ଼ା ପାଳ, କରମୂଳ ଢେଙ୍କାନାଳ, ଦୂରଭାଷ - ୯୯୩୮୮୦୨୪୧୨