କର୍ତ୍ତବ୍ୟ ଡଃ ସ୍ଵର୍ଣ୍ଣଲତା ତ୍ରିପାଠୀ ଜୁଲାଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-d99ac5ffd1.html ଜନମ ମରଣ ମଧ୍ୟେ ବ୍ୟବଧାନ ଥାଇ ମାନବ ଜୀବନ, ଜୀବନ ସାର୍ଥକ କରେ ସିଦ୍ଧି ଲାଭ କରି ନାନା କର୍ମମାନ । କର୍ମ ଜୀବନର ଗଭୀର ନିଷ୍ଠାର କର୍ମ ସାଧନ କର୍ତ୍ତବ୍ୟ, କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ । ଜୀବନ ବୃନ୍ତର ସୌନ୍ଦର୍ଯ୍ୟ କୁସୁମ କର୍ତ୍ତବ୍ୟ ସାହସିକତା, ପରିବାରଠାରୁ ସମାଜ ମଙ୍ଗଳ ରାଷ୍ଟ୍ରର ପ୍ରଗତି ଗାଥା । ଉଇ ନିଷ୍ଠା ପରି ହୁଙ୍କା ନିର୍ମାଣରେ ପରମ କର୍ତ୍ତବ୍ୟ ବୋଧ, ମଙ୍ଗଳ କାମରେ ଅସାଧ୍ୟ ସାଧନ ଜୀବନ ବିକାଶ ପଥ । ଉନ୍ନତି ରୂପକ ମନ୍ଦିରର ଆଦ୍ୟ ମୁଖଶାଳା ଯେ କର୍ତ୍ତବ୍ୟ, ବିଚାର ବିବେକ ସଚେତନତାରେ ଉପକାରର ସେବକ । ଧଇର୍ଯ୍ୟ,ଶୃଙ୍ଖଳା, ନିଷ୍ଠା ଓ ଆଦର୍ଶ କର୍ତ୍ତବ୍ୟରେ ଆତ୍ମତ୍ୟାଗ, ଏ ସବୁ ଗୁଣର ଜୀବନ ସୁନ୍ଦର ଗଠନ କର୍ତ୍ତବ୍ୟବୋଧ । ∎ ପୁରୀ ସଦର ବ୍ଲକ୍, ପୁରୀ , କୋଣାର୍କ ।