ପଢ଼ିବା ୱେବ୍ ଜିନ୍ ରବୀନ୍ଦ୍ରନାଥ ମାଝୀ ମଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-d94f90721c.html ଛି ଛି ଛି ..ଛି .. ପିନ୍ଧୁଛୁ ଆଣି ଫଟା ପ୍ୟାଣ୍ଟ୍ , କହୁଛୁ ତାକୁ ଜିନ୍ ଜିନ୍ ଏବେ ବଦଳି ଗଲା ଆ ପଢ଼ିବା ଜିନ୍ ୱେବ୍ ଜିନ୍ ...ୱେବ୍ ଜିନ୍ । `ମାଗି `ଖାଇ ଖାଇ କଦବା କେମିତି ପଢୁଥିଲୁ ମାଗାଜିନ୍ ନିଜ ମୋବାଇଲରେ ଆସିଲାଣି ୱେବ୍ ଜିନ୍ କବିତା,ଗପ ହାତରେ ଟଣା ଛବି ହେବ ନି କି ତମେ ଆମ ପାଇଁ କୁନି କବି ? ଆସ ଆସ ପିଲେ ପଢ଼ିବା ୱେବ୍ ଜିନ୍ । ଆକାଶରେ ଝୁଲେ ସୁରୁଜ, ତାରା ଶଶୀ `ୱେବ୍ ଜିନ୍ ` ଝୂଲେ ଆକାଶରେ ଦିବା ନିଶି । ଆ ଝୁଲିବା ପଢ଼ି ପଢ଼ି ୱେବ୍ ଜିନ୍ କୁଇନ ବାଇନ,ଜୋସେଫ, ନସରିନ୍।