ଫୁଲ, କିଏ ହେବ ତୋର ତୁଲ କବିଜ୍ୟୋତି ନିରଞ୍ଜନ ପତି ମଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-d8a32a7ea2.html ଆମର ସଂସ୍କୃତି ପର୍ବପର୍ବାଣୀ ରେ ଫୁଲ ର ଗୁରୁତ୍ଵ ବହୁତ, କେଉଁ ପରବରେ ଫୁଲ ଲୋଡା ନାହିଁ ଏଇ କଥାଟିକୁ କୁହତ ! ଶନି ଦେବ ପ୍ରିୟ ସେ ଅପରାଜିତା ଦେବୀଙ୍କର ପ୍ରିୟ ମନ୍ଦାର, ଶ୍ବେତ ପଦ୍ମ,ମଲ୍ଲୀ ସରସ୍ବତୀ ପ୍ରିୟ ଦେଖିବାକୁ ବଡ଼ ସୁନ୍ଦର । ଅରଖ, ଦୁଦୁରା,ଚମ୍ପା ନାଗେଶ୍ଵର ଅଟେ ଶିବ ପ୍ରିୟ ସୁମନ, ରାଧାକୃଷ୍ଣ ପ୍ରିୟ ଯୁଇ କୁନ୍ଦ ମଲ୍ଲୀ ଶୋଭା ପାଇଥାନ୍ତି ବିମାନ । ଜନମ ଦିନରେ ଫୁଲ ତୋଡା ଦିଅ ଫୁଲ ମାଳ ଶବ ଦେହରେ, ନେତାଙ୍କ ବେକରେ ଫୁଲ ହାର ପଡ଼େ ଶୋଭାଯାତ୍ରା ବୁଲେ ସହରେ । ନୂଆ ଅଧିକାରୀ ଆସି କାର୍ଯ୍ୟାଳୟ ପୁଷ୍ପଗୁଚ୍ଛ ପାଇ ଥାଆନ୍ତି, ବାବା,ପ୍ରବାଚକ ଫୁଲ ହାର ପିନ୍ଧି ବକ୍ତୃତା,ଭଜନ ଗାଆନ୍ତି । ବାହାଘର ଆଉ ବ୍ରତଘର ପାଇଁ କୁସୁମର ବଡ଼ ଚାହିଦା, ସାଥୀକୁ ଦେଲେ ସେ ଖୁସି ହୋଇଥାଏ ମିଳିଥାଏ ସ୍ନେହ ଫାଇଦା । କୋମଳତା ଆଉ ମନ ଜିଣା ରଙ୍ଗ ସବୁ ଫୁଲ ଦେହେ ରହିଛି, ପବିତ୍ରତା ସହ ଭକ୍ତି ଭାବ ଆସେ ତେଣୁ ସେ ଆଦର ପାଉଛି । ଫୁଲର ମହିମା ଗାଉଛି । ∎ ସମ୍ପାଦକ,ମଧୁମାଳତୀ ଗାନ୍ଧୀ ମାର୍ଗ, ଅନୁଗୋଳ ମୋ-୯୯୩୮୧୩୩୫୫୯