ସରଗ ସୁଷମା ଇଏ କୀର୍ତ୍ତନ ସାହୁ ଜୁଲାଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-d8767f8c1f.html କଅଁଳ ସୂରୁଜ ଆଲୁଅରେ ଦେଖ ସୁନା ଝରା ରୂପ ନଈର ଜଳ ମନ ଛୁଆଁ ରଙ୍ଗେ ଝଲସି ଉଠୁଛି କି ସୁନ୍ଦର ଵେଶେ ଆକାଶ ସ୍ଥଳ । ସୁଲୁ ସୁଲୁ ବାଆ ବହି ଦେହ ଛୁଇଁ ଦେଖୁନ କେମିତି ଆରାମ ଲାଗେ ସରୁ ନଈ ଧାର ଗାଆଁ କଡ଼େ କଡ଼େ ଅଙ୍କା ବଙ୍କା ହୋଇ ବହେ କି ବାଗେ ! ଗାଆଁ ମୁଣ୍ଡ ଆମ ଶିବ ମନ୍ଦିରରେ ମଧୁର ଭକତି ଗୀତର ସୁର ଶଙ୍ଖ ଘଣ୍ଟ ଝାଞ୍ଜ ମର୍ଦ୍ଦଳ ବାଦ୍ୟର ଲହରୀ ଖେଳଇ କେତେ ଯେ ଦୂର । କୁନି ପଚାରୁଛି ବୋଉକୁ ତାହାର ସରଗ ସୁଷମା କେମିତି କହ ବୋଉ ହାତ ଧରି ପ୍ରକୃତିକୁ ନେଇ କହନ୍ତି ଦେଖିବୁ ଟିକିଏ ରହ । ବୋଉ କୁନି ମୁହଁ ଚାହିଁ କହୁଛନ୍ତି ଏଇ ଯୋଉ ଦେଖୁ ସୁନ୍ଦର ବେଶ ଏଇ ସବୁ ପରା ସରଗ ସୁଷମା ୟାକୁ ନେଇ ଶୋହେ ଆମରି ଦେଶ । ∎ ମିଶ୍ର କଲୋନୀ ଶାଳ ପଡ଼ା , କେନ୍ଦୁଝର ଦୂରଭାଷ – ୯୪୩୮୪୧୪୭୦୧